ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଗାଙ୍ଗୁଲିଙ୍କ ବଡ଼ ଭାଇ କ୍ରିକେଟ୍ ଆସୋସିଏସନ୍ ଅଫ୍‌ ବେଙ୍ଗଲର ଯୁଗ୍ମ ସଚିବ ସ୍ନେହାଶିସ୍ ଗାଙ୍ଗୁଲି କରୋନା ଆକ୍ରାନ୍ତ।

ବଡ଼ ଭାଇ ସ୍ନେହାଶିଷଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ସୌରଭ ଗାଙ୍ଗୁଲି ଓ ଆସୋସିଏସନ୍ ଅଫ୍‌ ବେଙ୍ଗଲର ମୁଖ୍ୟ ଅଭିଷେକ ଡାଲମିୟା ନିଜକୁ ହୋମ୍‌ କ୍ୱାରେଣ୍ଟାଇନରେ ରଖିଥିବା ଜଣାପଡ଼ିଛି।CGU new

ସୌରଭଙ୍କ ଭାଇ ସ୍ନେହାଶିଷ ଓ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ସ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି। ସେମାନେ ବେଲ୍ ଭ୍ୟୁ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।

କରୋନା ନିୟମ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ସେଥିପାଇଁ ସୌରଭ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି।

Comment