ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Rhea-Sushant

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ବିତିଗଲାଣି। ହେଲେ ଏଯାଏଁ ମଧ୍ୟ ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କ ମୃତ୍ୟୁକୁ ଭୁଲିପାରିନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଲଗାତାର ଭାବେ ତାଙ୍କ ଫ୍ୟାନ୍ସ ଏବଂ କିଛି ବଲିଉଡ ତାରକା ସିବିଆଇ ଯାଞ୍ଚର ଦାବି କରିଆସୁଛନ୍ତି।

CGU new

ବର୍ତ୍ତମାନ ବିବାଦ ଘେରରେ ଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ଗତ କାଲି ସେ ଏକ ଟୁଇଟ ଜରିଆରେ ଯାଞ୍ଚ ପାଇଁ ଅପିଲ୍ କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ। ସେ ଟୁଇଟରେ କହିଛନ୍ତି, “ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁକୁ ବର୍ତ୍ତମାନ ଗୋଟିଏ ମାସରୁ ଅଧିକ ହେଲାଣି। ସରକାର ଏବଂ ନ୍ୟାୟ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି। ତେବେ ଏହି ନ୍ୟାୟ ଆଶାରେ ମୁଁ ହାତଯୋଡ଼ି ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରୁଛି।”

Rhea chakrabarti

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ବିଭିନ୍ନ ବିବାଦରେ ଫସିଛନ୍ତି ରିୟା। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ କ୍ରୋଧର ଶିକାର ମଧ୍ୟ ହୋଇଛନ୍ତି। କିଛି ଦିନ ତଳେ ରିୟାଙ୍କୁ ରେପ ଏବଂ ମର୍ଡରର ଧମକ ମଧ୍ୟ ମିଳିଥିଲା। ଏହାପରେ ସେ ସାଇବର କ୍ରାଇମର ସାହାଯ୍ୟ ମଧ୍ୟ ମାଗିଥିଲେ।

Comment