ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ସଙ୍ଗଠନ  ‘ତହରିକ ଏ ତାଲିବାନ ପାକିସ୍ତାନ’ର ମୁଖ୍ୟ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ।

ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ,  ବିଭିନ୍ନ ଆକ୍ରମଣକାରୀ ଓ ଆତଙ୍କୀ ଯୋଜନା, କାର୍ଯ୍ୟକଳାପରେ ସୁବିଧା କରାଇବାରେ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦର ଭୂମିକା ରହିଥିବାରୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି।CGU new

ଟିଟିପି’ ନେତା ମୁଲ୍ଳା ଫାଜୁଲ୍ଲାମୃତ୍ୟୁ ପରେ ୨୦୧୮ରେ ନୂର୍ ଏହି ସଂଗଠନର ନେତୃତ୍ୱ ନେଇଥିଲା। ନୂର ନେତୃତ୍ୱରେ ପାକସ୍ତାନରେ ତାଲିବାନ ପକ୍ଷରୁ ବହୁ ଆତ୍ମଘାତୀ ଆକ୍ରମଣ କରାଯାଇଛି। ଏଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି। ଜାତିସଂଘର ଏହି ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରିଛି।

Comment