ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଆଜି ସ୍ପଷ୍ଟ ହୋଇପାରେ। ଆଜି ଅପରାହ୍‌ଣ ୩ଟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହେବାର ଅଛି। ଟ୍ରଷ୍ଟର ବୈଠକରେ ୧୫ରୁ ୧୨ଟି ଟ୍ରଷ୍ଟି ଉପସ୍ଥିତ ରହିବେ।

ଏହି ବୈଠକରେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଉପସ୍ଥିତ ରହିବେ। ଏହି ବୈଠକରେ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ତାରିଖ ସ୍ଥିର ହୋଇପାରେ।CGU new

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଜୁଲାଇ ୧୬ ତାରିଖରୁ ଅଯୋଧ୍ୟାରେ ଅଛନ୍ତି। ତାଙ୍କ ସହିତ ଏକ ଇଞ୍ଜିନିୟରିଂ ଦଳ ମଧ୍ୟ ଅଯୋଧ୍ୟାରେ ଅଛନ୍ତି।

ଅଗଷ୍ଟ ୫ ତାରିଖରେ ଭୂମି ପୂଜନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିପାରନ୍ତି। ମୋଦୀଙ୍କୁ ଆମନ୍ତ୍ରଣ ପଠାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।

Comment