ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରିବାରର ୪ ଭାଇ ଭଉଣୀ ଆଇଏଏସ ଓ ଆଇପିଏସ୍‌। ଗୋଟିଏ ସାଧାରଣ ପରିବାରରେ ଜନ୍ମ ହୋଇଥିବା ଏହି ୪ ଭାଇ ଭଉଣୀ ହେଲେ ଉତ୍ତରପ୍ରଦେଶର ପ୍ରତାପଗଡ଼ ବାସିନ୍ଦା। କଠିନ ଅଧ୍ୟବସାୟ ଓ ଦୃଢ଼ ମନୋବଳ ଯୋଗୁଁ ଭାଇ ଭଉଣୀ ୪ ଜଣ ଏହି ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଏହି ୪ ଭାଇ ଭଉଣୀ ହେଲେ ଯୋଗେଶ ମିଶ୍ର, ମାଧବୀ ମିଶ୍ର, ଲୋକେଶ ମିଶ୍ର, କ୍ଷମା ମିଶ୍ର। ଏମାନଙ୍କ ବାପା ଅନିଲ ମିଶ୍ର ଜଣେ ବ୍ୟାଙ୍କ କର୍ମଚାରୀ ତାଙ୍କ ପତ୍ନୀ ଜଣେ ଗୃହିଣୀ।

CGU new

ପରିବାର ଭିତରୁ ବଡ଼ ଭାଇ ଯୋଗେଶ ମିଶ୍ର ପ୍ରଥମେ ୨୦୧୩ରେ ସିଭିଲ ସର୍ଭିସ ପରୀକ୍ଷା ପାସ୍‌ କରିଥିଲେ। ଅନ୍ୟ ୩ ଭାଇ ଭଉଣୀ ତାଙ୍କଠାରୁ ପ୍ରେରିତ ହୋଇଥିଲେ। ଯୋଗେଶ ଏବେ ଶାହାଜାହାନପୁରରେ ତୋପ ଓ ଗୋଲା ନିର୍ମାଣ ଫ୍ରାକ୍ଟ୍ରିରେ ଓ୍ୱର୍କସ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି।

ଭଉଣୀ କ୍ଷମା ମିଶ୍ର ୨୦୧୬ ବ୍ୟାଚର ଜଣେ ଆଇପିଏସ୍ ଏବଂ ବର୍ତ୍ତମାନ ସେ କର୍ଣ୍ଣାଟକ କୋଡାଗୁର ଏସପି ଅଛନ୍ତି।  ଭଉଣୀ ମାଧବୀ ମିଶ୍ର ଝାଡ଼ଖଣ୍ଡ  କ୍ୟାଡରର ଆଇଏଏସ୍‌ ଏବଂ ସେ କେନ୍ଦ୍ରର ବିଶେଷ ପ୍ରତିନିଯୁକ୍ତିରେ ଦିଲ୍ଲୀରେ ଅଛନ୍ତି।

୪ ଭାଇ ଭଉଣୀଙ୍କ ମଧ୍ୟରୁ ଲୋକେଶ ମିଶ୍ର ହେଉଛନ୍ତି ସାନ। ନିକଟରେ ସେ ରାଞ୍ଚିର ଏସ୍‌ଡିଏମ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଲୋକେଶ ମିଶ୍ରଙ୍କ ପତ୍ନୀ ମେଘା ମଧ୍ୟ ୨୦୧୬ ବ୍ୟାଚର ଆଇଏସ୍‌। ସେ ହାଜିରବାଗର ଏସଡିଏମ ଭାବେ ନିଯୁକ୍ତି ପାଇଛନ୍ତି। ନିଜର ସଫଳତା ପାଇଁ ସେ ତାଙ୍କ ଭାଇ ଭଉଣୀ ଓ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।

ଭାଇ ଭଉଣୀଙ୍କ ମଧ୍ୟରେ ବୟସର ଫରକ ବେଶୀ ନାହିଁ। ତେଣୁ ସଭିଏଁ ଏକାଠି ମିଶି ପାଠ ପଢ଼ା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତି। ଯାହା ତାଙ୍କ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଲୋକେଶ ମିଶ୍ର।

Comment