ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆମିଷ ମାର୍କେଟରେ ରବିବାର ଚଢ଼ାଉ କରିଛି ପୋଲିସ। ୟୁନିଟ -୮ କଲ୍ୟାଣ ମଣ୍ଡପ ସାମ୍ନା ଓ ଓଲ୍ଡ ଟାଉନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ମାର୍କେଟରେ ଲୋକେ କୋଭିଡ଼ ନିୟମ ପାଳନ ନକରୁଥିବାରୁ ପୋଲିସ ଚଢ଼ାଉ କରିଛି।

ଗାଡ଼ି ଆଣି ଆମିଷ କିଣିବାକୁ ଆସୁଥିବା ଲୋକଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରିଛି ପୋଲିସ। ଏଥିସହ ଯଦି କେହି ବ୍ୟକ୍ତି ମାର୍କେଟ ଆସୁଛନ୍ତି ତେବେ ଗାଡ଼ି ନ ଆଣି ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଛି ପୋଲିସ।CGU new

ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ପାର୍‌ କରିଥିବାରୁ ଭୁବନେଶ୍ୱରରେ ନିୟମ କଡ଼ାକଡ଼ି କରାଯାଇଛି। ନିୟମ ମାନୁନଥିବା ବ୍ୟକ୍ତିଙ୍କ ଉପରେ ଜରିମାନା କରୁଛି ପୋଲିସ।

Comment