ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ମହାମାରୀ। ଆଜି ସର୍ବାଧିକ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସଙ୍ଗରୋଧ କେନ୍ଦ୍ରରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମଣ। ସବୁଠୁ ବଡ଼ କଥା ହେଉଛି ମଞ୍ଚେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି।

CGU newଆଇଆର୍‌ସି ଭିଲେଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜଣେ, କୋଳଥିଆରୁ ଜଣେ, ପାତ୍ରପଡ଼ା ଏମ୍‌ସ ନଗରରୁ ଜଣେ, ପାଣ୍ଡରା ଜଗନ୍ନାଥ ନଗରରୁ ଜଣେ, ଖଣ୍ଡଗିରିରୁ ଜଣେ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ସହିଦନଗର ଇପିଏଫ୍‌ କଲୋନୀରୁ ଜଣେ, ଶୈଳଶ୍ରୀବିହାରରୁ ଜଣେ, ଖାରବେଳନଗରରୁ ଜଣେ, ସରକାରୀ ହସ୍ପିଟାଲର ଜଣେ ସୁରକ୍ଷା କର୍ମୀ, ଲକ୍ଷ୍ମୀସାମଗର ଓସ୍କାର ସିଟିରୁ ଜଣେ, ବରମୁଣ୍ଡା ଶତାବ୍ଦୀ ନଗରରୁ ଜଣେ, ପୋଖରୀପୁଟରୁ ଜଣେ ଏବଂ ଝାରପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମଞ୍ଚେଶ୍ୱର ଅଟାକଳର ୨୬ ଜଣ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଇଆର୍‌ସି ଭିଲେଜ ଗଣପତି ବସ୍ତିରୁ ୧୪, ରାଜମହଲ ଛକସ୍ଥିତ ଏକ ନିର୍ମାଣ ସଂସ୍ଥାରୁ ୯ ଏବଂ ତ୍ରିନାଥ ବସ୍ତିରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment