ଓଡ଼ିଶାଲାଇଭ୍‌ ବ୍ୟୁରୋcorona worlwide

ଭୁବନେଶ୍ୱରରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୧୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ହେଉଛନ୍ତି ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର କର୍ମଚାରୀ। ଏହା ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି।

ରିପୋର୍ଟ ଅନୁସାରେ ୨ ଦିନରେ ଏହି ଅଟାକଳର ୬୧ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।CGU new

ଗତକାଲି ସଂପୃକ୍ତ ଅଟାକଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି। ୧୧ ଜଣଙ୍କର ମୃତ୍ୟୁ ଘଟିଛି।

Comment