ଓଡ଼ିଶାଲାଇଭ୍ ବ୍ୟୁରୋ

independece day-1

ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ। ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ବ୍ୟତୀତ ଆଉ କ’ଣ ରହିଛି ନିୟମାବଳୀ ଆସନ୍ତୁ ଜାଣିବା-

-ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଜନତା ଯୋଗ ଦେବେନି ତେଣୁ ଏହି କାର୍ଯ୍ୟକ୍ରମର ଓ୍ୱେବକାଷ୍ଟ କରି ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇ ହେବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସକାଳ ୯ଟା ପରେ ପାଳନ ହେବ ସ୍ୱାଧୀନତା ଦିବସ। ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ ହେବ। ପୋଲିସ୍, ପାରା ମିଲିଟାରୀ ଫୋର୍ସ, ହୋମ ଗାର୍ଡ ତଥା ଏନସିସି ଓ ସ୍କାଉଟ୍ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯିବ। ଏହା ସହ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ ଦେବେ।

CGU new

-ଏହି କାର୍ଯ୍ୟକ୍ରମକୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଆଦି କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯାଇପାରେ। ଏହା ସହ କରୋନାରୁ ସୁସ୍ଥ ହୋଇଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରିହେବ।

-ଉପରୋକ୍ତ ନିୟମାବଳୀ ସମସ୍ତ ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ମଧ୍ୟ ଲାଗୁ ହେବ। ତେବେ ରାଜଭବନରେ ସ୍ୱାଧୀନତା ଦିବସ ପାଳନର ସମସ୍ତ ବିଧିକୁ ଗର୍ଭନରଙ୍କ ଉପରେ ଛଡ଼ାଯାଇଛି। କିନ୍ତୁ ସମସ୍ତ ସତର୍କତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

independence day-2

-ତେବେ କରୋନା କାଳରେ ପୋଲିସ୍ ତଥା ମିଲିଟାରୀ ବ୍ୟାଣ୍ଡର କାର୍ଯ୍ୟଦକ୍ଷତାକୁ ରେକର୍ଡ କରାଯାଇ ଏହି କାର୍ଯ୍ୟକ୍ରମ ଅବସରରେ ବଡ଼ ସ୍କ୍ରିନ ମାଧ୍ୟମରେ କିମ୍ବା ସୋସିଆଲ ମିଡିଆରେ ଏହାର ପ୍ରଦର୍ଶନ କରାଯାଇପାରେ। ଏହା ବ୍ୟତୀତ ଗଛ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇପାରେ।

-ଏହା ବ୍ୟତୀତ ଡିଜିଟାଲ ପ୍ଲାଟଫର୍ମରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ଗୀତ, ଦେଶପ୍ରେମ କବିତା ଏବଂ ପ୍ରବନ୍ଧ ଆଦିର ପ୍ରତିଯୋଗିତା କରାଯାଇପାରେ। ଦେଶଭକ୍ତିକୁ କେନ୍ଦ୍ର କରି ଏନଏସଏସ ଏବଂ ଏନଓ୍ୱାଇକେଏସ ଦ୍ୱାରା ଅନଲାଇନ ଅଭିଯାନ ମଧ୍ୟ କରିପାରିବେ।

-ତେବେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅବସରରେ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ‘ଆତ୍ମନିର୍ଭର ଭାରତ’ ଥିମକୁ ବିସ୍ତାର କରାଯାଇପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

Comment