ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ବସ୍ତି ଅପେକ୍ଷା ବସ୍ତି ବାହାର ଅଞ୍ଚଳରେ ଲୋକେ କରୋନାରେ ଅଧିକ ସଂକ୍ରମିତ ହୋଇଛନ୍ତି। ତେଣୁ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବସ୍ତି କମିଟି ଗଠନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ହୋଇଥିଲା ବେଳେ ବାହାର ଅଞ୍ଚଳରୁ  ଏବେ ୬୫୭ ଜଣ ସଂକ୍ରମିତ ହୋଇଛନ୍ତି।CGU new

ବିଏମସି କମିଶନରଙ୍କ ସୂଚନା ଅନୁସାରେ ମହିଷାଖାଲରେ ବହୁ ସଂକ୍ରମିତ ମିଳିବା ପରେ ସେଠାରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେଠି କ୍ୟାମ୍ପ କରି ଟେଷ୍ଟ କରିବା ପରେ ୨୧ ପଜିଟିଭ ମିଳିଛନ୍ତି। ଏବେ ସୁଦ୍ଧା ଭୁବନେଶ୍ୱରରେ ୪ଟି ବସ୍ତିରେ କଣ୍ଟେନମେଣ୍ଟ ଅଛି।

ସେହିପରି ବିଏମସି ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ଥିବା ସେ କହିଛନ୍ତି।

Comment