ଓଡିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଆଜି ପୁଣି ଲୁଟେରା ମାତିଛନ୍ତି। ମହିଳା ଭିଜିଲାନ୍ସ ଡିଏସ୍‌ପି ଏହି ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ସୁନା ଚେନ୍‌ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି।

ମହିଳା ଡିଏସ୍‌ପିଙ୍କ ୟୁନିଟ୍-୩ସ୍ଥିତ ଘର ଆଗରୁ ବନ୍ଧୁକ ଦେଖାଇ ୨ ଜଣ ଲୁଟେରା ତାଙ୍କ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଏନେଇ ମହିଳା ଡିଏସ୍‌ପି ଖାରବେଳ ନଗାର ଥାନାରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ଵରରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି। ଦିନ ଦ୍ଵିପ୍ରହରେ ସାଧାରଣ ଲୋକେ ଚୋରି ଡକାୟତିର ଶିକାର ହେଉଛନ୍ତି। ଆଜି ମହିଳା ଡିଏସ୍‌ପି ଲୁଟ୍‌ର ଶିକାର ହେବା ପରେ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Comment