ଓଡ଼ିଶାଲାଇଭ୍‌ ବ୍ୟୁରୋcorona-3

ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ  ୧୦୪ ଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଅଛନ୍ତି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭରତପୁରରୁ ୭ ଜଣ,  ୟୁନିଟ ୧ ଆଖଣ୍ଡଳମଣି ବସ୍ତିରୁ ୪ ଜଣ, ଲକ୍ଷ୍ମୀସାଗରରୁ ୨ ଜଣ, ସୈନିକ  ସ୍କୁଲ ନିକଟରୁ ୨ ଜଣ, ହାଇଟେକ ମେଡିକାଲ ନିକଟରୁ  ୧୧,  ୟୁନିଟ ୩ ଖାରବେଳ ନଗରରୁ ୭ ଜଣ,  ୟୁନିଟ  ୪ ମାଛ ମାର୍କେଟରୁ ୮ ଜଣ ଅଛନ୍ତି।

ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା  ୧୯୯୧କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୯୦୯ ସୁସ୍ଥ ହୋଇଥିଲା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏବେ ସୁଦ୍ଧା ୧୦୬୯ ଆକ୍ଟିଭ କେସ ରହିଛି।

Comment