ଓଡ଼ିଶାଲାଇଭ୍ ବ୍ୟୁରୋ

କାରଗିଲ ବିଜୟ ଦିବସରେ ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନର ଅନ୍ୟାନ୍ୟ ଖର୍ଚ୍ଚ କାଟି ସଞ୍ଚିତ ଟଙ୍କାକୁ ଦାନ କରିଛନ୍ତି ରାଷ୍ଟ୍ରପତି।

ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସପିଟାଲକୁ ଏହି ଟଙ୍କା ଦାନ କରାଯାଇଛି। ଏହି ଟଙ୍କାରେ ହସ୍ପିଟାଲରେ କରୋନା ମହାମାରୀ ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତରୀ ଉପକରଣ କ୍ରୟ କରାଯିବ।

ଏହି ପଦକ୍ଷେପ ପରେ କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ିବ। ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ପରେ ଅନ୍ୟ ସରକାରୀ ଏଭଳି ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

Comment