ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର କୁଲ୍ ହିରୋ ହେଲେ ସିଦ୍ଧାର୍ଥ ମଲହୋତ୍ରା। ଖବ୍‌ କମ୍‌ ଦିନରେ ବଲିଉଡରେ ସେ ବେଶ ନାଁ କରିଛନ୍ତି। ଦର୍ଶକ ମଧ୍ୟ ତାଙ୍କୁ ପରଦାରେ ପସନ୍ଦ କରିଛନ୍ତି। ତେବେ ଆଜି ସିଦ୍ଧାର୍ଥଙ୍କ ବିଷୟରେ ଗୋଟିଏ  କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।

ସିଦ୍ଧାର୍ଥ ନବମ ଶ୍ରେଣୀରେ ଜଣେ ଝିଅଙ୍କ ପାଇଁ ଫେଲ ହୋଇଯାଇଥିଲେ ବୋଲି ଏହି ସୋ’ରେ କହିଥିଲେ। ନବମ ଶ୍ରେଣୀରେ ଫେଲ ହେବା ପରେ ତାଙ୍କ ପାଠପଢ଼ାରେ ବଡ଼ ପରିବର୍ତ୍ତନ ହୋଇଥିଲା। ତା’ପରେ ସେ ଦଶମ ଶ୍ରେଣୀରେ ଓ ଯୁକ୍ତ ୨ରେ ଭଲ ମାର୍କ ରଖି ପାସ କରିଥିଲେ ବୋଲି ସେ କହିଛନ୍ତି।

ସିଦ୍ଧାର୍ଥ ଖୁବଶୀଘ୍ର ଜବରିୟା ଯୋଡିରେ ନଜର ଆସିବେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପରିଣିତି ଚୋପ୍ରା।

ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି କମେଡି ଫିଲ୍ମରେ ଅଭୟ ଏବଂ ବବଲୀଙ୍କ ଲଭଷ୍ଟୋରି ଦେଖାଯାଇଛି। ଏଥିରେ ସିଦ୍ଧାର୍ଥ ‘ଅଭୟ’ ଓ ପରିଣିତି ‘ବବଲି’ ଯାଦବ ଚରିତ୍ରରେ ଅଭିନୟ କରିଛନ୍ତି।

ଉତ୍ତରପ୍ରଦେଶ ଓ ବିହାରରେ ହେଉଥିବା ଜୋର ଜବରଦସ୍ତ ବିବାହ ପ୍ରସଙ୍ଗ ଉପରେ ଫିଲ୍ମର କାହାଣୀ ନିର୍ମାଣ ହୋଇଛି।

Comment