ଓଡ଼ିଶାଲାଇଭ୍ ବ୍ୟୁରୋ

matric exam

ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ରାଜ୍ୟରେ ସମୁଦାୟ ପାସ୍ ହାର ରହିଛି ୭୮.୭୬ ପ୍ରତିଶତ। ତେବେ ଏବର୍ଷ ମାଟ୍ରିକ ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ।

ରାଜ୍ୟରେ ଏବର୍ଷ ମାଟ୍ରିକ ପରୀକ୍ଷାରେ ଝିଅଙ୍କ ପାସ୍ ହାର ୮୧.୯୮ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮ ପ୍ରତିଶତ ରହିଛି। ଭିଡିଓ ରିଲିଜ୍ ଜରିଆରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ସୂଚନା ଜାରି କରିଛନ୍ତି ମନ୍ତ୍ରୀ ସମୀର ଦାଶ। ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୭.୯୮ ପ୍ରତିଶତ ବଢ଼ିଛି।

ତେବେ ରାଜ୍ୟରେ ପାସ୍ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ A1ରେ ୧୨୭୯, A2ରେ ୮୪୫୮, B1ରେ ୧୮,୧୮୮ ଜଣ, B2ରେ ୩୨,୩୨୮ ଜଣ, Cରେ ୪୯,୧୫୩, Dରେ ୮୯,୫୫୬ ଏବଂ Eରେ ୨,୨୩,୧୯୫ ଜଣ ପାସ୍ ହୋଇଛନ୍ତି।

Comment