ଓଡ଼ିଶାଲାଇଭ୍‌ ବ୍ୟୁରୋ

  • www.bseodisha.ac.in ଏବଂ www.bseodisha.nic.in ରେ ଜାଣିହେବ ରେଜଲ୍ଟ
  • OR01<RollNo> ଲେଖି 5676750କୁ ଏସ୍‌ଏମ୍‌ଏସ୍‌ ପଠାଇଲେ ମିଳିବ ରେଜଲ୍ଟ
  • ରେଜଲ୍ଟରେ କିଛି ତ୍ରୁଟି ଥିଲେ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରନ୍ତୁ
  • ଅଗଷ୍ଟ ୧୦ ଯାଏଁ ଖୋଲା ରହିବ କଣ୍ଟ୍ରୋଲ ରୁମ୍‌
  • କଣ୍ଟ୍ରୋଲ ରୁମ୍‌ ନମ୍ବର ହେଲା – 0671-24120 59, 0671-2412060

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏହାକୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ଉତ୍ସୁକତାର ସହ ଚାହିଁ ରହିଛନ୍ତି। କେବଳ ମାଟ୍ରିକ ନୁହଁ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଏବଂ ମଧ୍ୟମା (ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ। ତେବେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କେମିତି ରେଜଲ୍ଟ ଜାଣିବେ ଜାଣନ୍ତୁ।

  • ସକାଳ ୯ଟାରେ ମାଟ୍ରିକ ପରୀକ୍ଷା ଫଳ କଟକ ବୋର୍ଡ ଅଫିସ୍‌ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇବ।
  • ଦିନ ସାଢ଼େ ୧୧ଟାରେ ପରୀକ୍ଷା ଫଳ ବୋର୍ଡର ଦୁଇଟି ୱେବସାଇଟ୍‌ରେ ଉପଲବ୍ଧ ହେବ।
  • www.bseodisha.ac.in ଏବଂ www.bseodisha.nic.in ରେ ଉପଲବ୍ଧ ହେବ।
  • ପରୀକ୍ଷାର୍ଥୀମାନେ ଏହି ୱେବସାଇଟରେ ନିଜର ରୋଲ୍‌ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ।
  • ଏହାସହ ଘରେ ବସି ଏସ୍‌ଏମ୍‌ଏସ୍‌ ମାଧ୍ୟରେ ପିଲାମାନେ ରେଜଲ୍ଟ ପାଇପାରିବେ।
  • ମୋବାଇଲ ଫୋନର ଏସ୍‌ଏମ୍‌ଏସ୍‌ ବକ୍ସରେ OR01<RollNo> ଲେଖି 5676750କୁ ପଠାଇ ପାରିବେ।
  • ରେଜଲ୍ଟ ବାବଦରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଯାହା କିଛି ଜାଣିବାକୁ ଥିବ ସେମାନେ ବୋର୍ଡ ଅଫିସର କଣ୍ଟ୍ରୋଲ ରୁମ୍‌କୁ ସିଧାସଳଖ ଫୋନ କରି ପରାମର୍ଶ ନେଇପାରିବେ।
  • ଆସନ୍ତାକାଲିଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ ସକାଳ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ।
  • କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିବାର ନମ୍ବର ହେଲା – 0671-24120 59, 0671-2412060।

Comment