ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୩୪ ବର୍ଷ ପରେ କେନ୍ଦ୍ର ସରକାର ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏହି ନୂଆ ନିୟମ ଲାଗୁ କରାଯାଇଛି। ଆସନ୍ତୁ ଏବେ ଜାଣିବା ନୂଆ ଶିକ୍ଷା ନୀତିରେ କ’ଣ ଅଛି?

  • ବୋର୍ଡ ପରୀକ୍ଷାର ଗୁରୁତ୍ୱ କମିବ।
  • ବୋର୍ଡ ପରୀକ୍ଷାକୁ ଅବଜେକ୍ଟିଭ୍‌ ଏବଂ ସବ୍‌ଜେକ୍ଟିଭ୍‌ ଦୁଇ ଭାଗରେ ବିଭକ୍ତ କରାଯିବ।
  • ଦରକାର ପଡ଼ିଲେ ବର୍ଷକୁ ଦୁଇ ଥର ପରୀକ୍ଷା ହେବ।
  • ବଦଳିବ ପିଲାଙ୍କ ରିପୋର୍ଟ କାର୍ଡ ଢାଞ୍ଚା।
  • ରିପୋର୍ଟ କାର୍ଡରେ ନିଜେ ଶିକ୍ଷାର୍ଥୀ, ସହପାଠୀ ଓ ଶିକ୍ଷକ ରିପୋର୍ଟ ଦେବେ।
  • ରିପୋର୍ଟ କାର୍ଡରେ ମାର୍କ ସହିତ ସେମାନଙ୍କ ଦକ୍ଷତା ଓ ଅନ୍ୟ ପଏଣ୍ଟକୁ ସ୍ଥାନ ଦିଆଯିବ।
  • ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ ହେବ ଧନ୍ଦାମୂଳକ ଶିକ୍ଷା।
  • ସ୍କୁଲ ଛାଡ଼ିବା ବେଳକୁ ଯେକୌଣସି ଧନ୍ଦାମୂଳକ ଶିକ୍ଷା ପିଲା ପାଇଥିବ।
  • କମନ ଏଣ୍ଟ୍ରାନ୍ସ ଦେଇ ଆଡମିସନ ପାଇଁ ଅଫର୍‌ କରିବ ଏନଟିଏ।
  • ଏଣ୍ଟ୍ରାନ୍ସ ବାଧ୍ୟତାମୂଳକ ହେବନି, ଯିଏ ଚାହିଁବେ ସିଏ ପରୀକ୍ଷା ଦେଇପାରିବେ।
  • ଅଧାରୁ ପାଠ ଏବଂ ସ୍କୁଲ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଆଣିବାକୁ ବ୍ୟବସ୍ଥା କରାଯିବ।
  • ୫ ବର୍ଷରୁ କମ୍‌ ବୟସ ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବାଲବାଟିକା ତିଆରି ହେବ।
  • ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପୂର୍ବରୁ ଏଠାରେ ସେମାନଙ୍କୁ ତାଲିମ୍‌ ଦିଆଯିବ।
  • ସ୍କୁଲ ପିଲାଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ। ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ।
  • ଉଚ୍ଚଶିକ୍ଷା ପାଇଁ କ୍ରେଡିଟ୍‌ ବ୍ୟାଙ୍କ। ବ୍ୟାଙ୍କ ପାସ୍‌ ବୁକ୍‌ ଭଳି ଏହା କାମ କରିବ।
  • କ୍ରେଡିଟ୍‌ ବ୍ୟାଙ୍କରେ ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କ୍ରେଡିଟ୍‌ ବ୍ୟବସ୍ଥା କରାଯିବ।
  • ପ୍ରଥମ ବର୍ଷରୁ ପାଠ ଛାଡୁଥିବା ପିଲାଙ୍କୁ ସାର୍ଟିଫିକେଟ ମିଳିବ।
  • ଯେ କୌଣସି କାରଣରୁ ଯଦି ପିଲା ଅଧାରୁ ପାଠ ଛାଡ଼େ ତାହାଲେ ସେ ପରେ ପାଠ ପଢ଼ିବାର ସୁବିଧା ପାଇବ।
  • ଗ୍ରେଡ୍‌ ଅନୁସାରେ ବିଭିନ୍ନ ସୁବିଧା ପାଇପାରିବେ ଉଚ୍ଚଶିକ୍ଷା ଅନୁଷ୍ଠାନ।
  • ସବୁ ଉଚ୍ଚଶିକ୍ଷା ପାଇଁ ରହିବ ଗୋଟିଏ ରେଗୁଲେଟୋରୀ ଅଥରିଟି।
  • ଜିଡିପିର ୬ ପ୍ରତିଶତ ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ପାଇଁ ପଲିସିରେ ବ୍ୟବସ୍ଥା।
  • ନାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରିବାକୁ ନିଷ୍ପତ୍ତି।
  • କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବ।

Comment