ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଣେ ଖ୍ୟାତନାମା ଅଭିନେତା ହେଲେ ସଞ୍ଜୟ ଦତ୍ତ। ସେ ତାଙ୍କ ଅଭିନୟ କ୍ୟାରିୟର ଭିତରେ ବହୁ ଚରିତ୍ରରେ ଅଭିନୟ କରିଛନ୍ତି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରି ସଞ୍ଜୟ ଦତ୍ତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ଅନେକ ତାଙ୍କୁ ସଞ୍ଜୁ ବାବା ବୋଲି ମଧ୍ୟ ଡାକନ୍ତି।

ଆଜି ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନ। ଏହି ଅବସରରେ ସଞ୍ଜୁଙ୍କୁ ପ୍ରଂଶସକ, ଶୁଭଚିନ୍ତକଙ୍କ ଶୁଭେଚ୍ଛାର ସୁଅ ସୁଟିଛି। ସୋସିଆଲ ମିଡିଆରେ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସଞ୍ଜୁଙ୍କ ଜନ୍ମଦିନରେ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ…

୧୯୫୯ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସଞ୍ଜୁ। ସଞ୍ଜୟ ଦତ୍ତ ତିନିଥର ବିବାହ କରିଛନ୍ତି। ସେ ୧୯୮୭ରେ ସର୍ବପ୍ରଥମେ ସେ ସମୟର ଜଣାଶୁଣା ନାୟିକା ରିଚା ଶର୍ମାଙ୍କୁ ବିବାହ କରିଥିଲେ। ସଞ୍ଜୟ ଓ ରିଚାଙ୍କର ଏକ ଝିଅ ତ୍ରିଶାଳା ଅଛନ୍ତି।

୧୯୯୬ରେ ରିଚାଙ୍କର ବ୍ରେନ୍‌ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଥିଲା। ତା’ ପରେ ୧୯୯୮ ମସିହାରେ ସଞ୍ଜୟ ଦତ୍ତ ରିଚା ପିଲ୍ଲାଇଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୫ରେ ଉଭୟଙ୍କର ଡିଭୋର୍ସ ହୋଇଥିଲା। ଏହା ପରେ ସଞ୍ଜୁବାବା ମାନ୍ୟତାଙ୍କୁ ବିବାହ କରିଥିଲେ। ମାନ୍ୟତା ହେଉଛନ୍ତି ସଞ୍ଜୟଙ୍କର ତୃତୀୟ ପତ୍ନୀ।

Comment