ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୩୪ ବର୍ଷ ପରେ କେନ୍ଦ୍ର ସରକାର ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ବଦଳି ‘ଶିକ୍ଷା ମନ୍ତ୍ରାଳୟ’ ହୋଇଛି।

ଏହାସହ ଏହି ନୂଆ ଶିକ୍ଷା ଅନୁସାରେ କେନ୍ଦ୍ର ସରକାର ୨୦୩୫ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା କ୍ଷେତ୍ରରେ ୫୦ ପ୍ରତିଶତ ଏନରୋଲମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ସାରା ବିଶ୍ୱରେ ଥିବା ବଡ଼ ବଡ଼ ବିଶ୍ୱବିଦ୍ୟାଳୟମାନେ ନୂଆ ଶିକ୍ଷା ନୀତି ଆଧାରରେ ଭାରତରେ ସେମାନଙ୍କ କ୍ୟାମ୍ପସ ପ୍ରତିଷ୍ଠା କରିବାରେ ସହାୟକ ହେବେ।

୧୯୮୬ରେ ଜାତୀୟ ଶିକ୍ଷା ନୀତି ଗଠନ କରାଯାଇଥିଲା। ଗତ ତିନି ଦଶନ୍ଧି ଧରି ଏଥିରେ କିଛି ବି ପରିବର୍ତ୍ତନ କରାଯାଇ ନଥିଲା। ଏହାର ସମୀକ୍ଷା ପାଇଁ ୧୯୯୦ ଏବଂ ୧୯୯୩ରେ କମିଟି ଗଠନ କରାଯାଇଥିଲା।

Comment