ଓଡ଼ିଶାଲାଇଭ୍ ବ୍ୟୁରୋ

Rafale Fighter-1

ଫ୍ରାନ୍ସରୁ ଭାରତ ଅଭିମୁଖେ ବାହାରିଥିବା ପାଞ୍ଚଟି ଯୁଦ୍ଧ ବିମାନ ଆଜି ଭାରତରେ ପହଞ୍ଚିବ। ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏହି ରାଫେଲ ଯୁଦ୍ଧ ବିମାନ। ତେବେ ଭାରତୀୟ ସେନା ପାଇଁ ଏହା ବ୍ରହ୍ମାସ୍ତ୍ର ରୂପେ କାମ କରିବ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା କ’ଣ ରହିଛି ଏହି ରାଫେଲ ଯୁଦ୍ଧ ବିମାନର ବିଶେଷତ୍ୱ।

-ଏହି ଯୁଦ୍ଧ ବିମାନ ଘଣ୍ଟା ପ୍ରତି ୨୧୩୦ କି.ମି ବେଗରେ ଉଡ଼ିବାର କ୍ଷମତା ରଖିବା ସହ ପ୍ରାୟ ୫୦ ହଜାର ଫୁଟ୍ ଉଚ୍ଚରେ ଉଡ଼ି ଆକ୍ରମଣ କରିପାରିବ। ଆକାଶରେ ପ୍ରାୟ ତିନି ହଜାର ସାତ ଶହ କି.ମି ଦୂରତା ଯାଏଁ ଏହା ଟାର୍ଗେଟ କରିପାରିବ।

-ରାଫେଲ୍ କିଛି ସମୟ ମଧ୍ୟରେ ହିଁ ପରମାଣୁ ବୋମା ସହ ଶତ୍ରୁ ଉପରକୁ ଆକ୍ରମଣ କରିପାରେ। ଏହା ସହ ମାତ୍ର ତିନି ସେକେଣ୍ଡରେ ଏହା ସୁପରସୋନିକ ସ୍ପିଡ୍ ଧାରଣ କରିପାରେ।

rafale fighter-2

-ତେବେ ଏହି ରାଫେଲ୍ ଅନ୍ୟ ଦକ୍ଷତାଗୁଡ଼ିକ ହେଉଛି ଉଡ଼ୁଥିବା ଅବସ୍ଥାରେ ମଧ୍ୟ ଏଥିରେ ଇନ୍ଧନ ଭରିହେବ। ଏବଂ ଏତିରେ ଥିବା ଡେଲ୍ଟା ଡେଣା ସାହାଯ୍ୟରେ ମହାକାଶରେ ଗୋଟିଏ ସ୍ଥାନରେ ଏହା ସ୍ଥିର ମଧ୍ୟ ରହିପାରେ।

ତେବେ ବର୍ତ୍ତମାନ ଏହି ରାଫେଲ୍ ଯୁଦ୍ଧ ବିମାନର ଅବତରଣ ପାଇଁ ଅମ୍ବାଲା ବିମାନଘାଟିରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ତିନି କି.ମି ଯାଏଁ ଅଞ୍ଚଳକୁ ‘ନୋ ଫ୍ଲାଇଙ୍ଗ୍ ଜୋନ’ ଘୋଷଣା କରାଯାଇଛି। ଏହା ସହ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏହି ଯୁଦ୍ଧ ବିମାନଟି ଭାରତୀୟ ସେନାର ଦକ୍ଷତା ବଢ଼ାଇବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Comment