ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

sushant-Rhea

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛର ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେବେ ଗତ ରବିବାର ଦିନ ସୁଶାନ୍ତଙ୍କ ବାପା କେକେ ସିଂ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରିଛନ୍ତି।  ଏହି ଏଫଆଇଆରରେ ରିୟାଙ୍କ ବିରୋଧରେ ଅନେକ ଅଭିଯାଗକୁ ସାମନାକୁ ଆଣିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ।

ଏହି ଆଫଆଇଆରରେ ସୁଶାନ୍ତଙ୍କ ବାପା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁପଛରେ ରିୟାଙ୍କ ସବୁଠୁ ବଡ଼ ହାତ ଅଛି। ରିୟା ସୁଶାନ୍ତଙ୍କୁ ମାନସିକ ରୋଗର ଔଷଧ ଦେବା ଆରମ୍ଭ କରିଥିଲେ। ଏପରିକି ଓଭରଡୋଜ ଦେବା ଫଳରେ ସୁଶାନ୍ତଙ୍କ ମାନସିକ ସ୍ଥିତି ବିଗିଡ଼ିବା ଆରମ୍ଭ କରିଥିଲା।

sushant father

କେକେ ସିଂ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପୂର୍ବ ଘରରେ ଭୁତପ୍ରିତ ଅଛନ୍ତି କହି ରିୟା ସୁଶାନ୍ତଙ୍କୁ ଅଲଗା ସ୍ଥାନରେ ଏକ ଫ୍ଲାଟକୁ ନେଇଯାଇଥିଲେ। ଏହା ସହ ସେ ସବୁବେଳେ ମାନସିକ ରୋଗର ଔଷଧ ଦେଇ ସୁଶାନ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ। ସୁଶାନ୍ତଙ୍କୁ ଫୋନ ମଧ୍ୟ ରିୟା ଉଠାନ୍ତି।

ସିନେଜଗତରେ ସଫଳତା ହାସଲ କରିବାକୁ ରିୟା ଏପରି କରୁଥିଲେ ବୋଲି ଦାବି କରିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ।  ଫୋନରେ ଯେତେବେଳେ ସୁଶାନ୍ତଙ୍କ ପାଇଁ କୌଣସି ଫିଲ୍ମ ଅଫର ଆସେ, ରିୟା ନିଜେ ନିର୍ଦ୍ଦେଶକଙ୍କ ସହ କଥା ହୁଅନ୍ତି ଏବଂ ସେ ଫିଲ୍ମରେ ତାଙ୍କୁ ହିରୋଇନ ଭାବେ ନେବାକୁ ସର୍ତ୍ତ ରଖନ୍ତି।

sushant-Rhea-2

ଏପରିକି ବ୍ରେକ ଅପ୍ କଲେ ସୁଶାନ୍ତଙ୍କ ମେଡିକାଲ ରିପୋର୍ଟ ଭାଇରାଲ କରିଦେବାକୁ ରିୟା ଧମକ ଦିଅନ୍ତି ବୋଲି କହିଛନ୍ତି ସୁଶାନ୍ତଙ୍କ ଭଉଣୀ ମିତୁ ସିଂ।

ତେବେ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଜକୁ ନେଇ ପାଟନାରେ କରାଯାଇଥିବା କେସକୁ ମୁମ୍ବାଇକୁ ସ୍ଥାନାନ୍ତରିତ କରିବାକୁ ସୁପ୍ରିମ କୋର୍ଟରେ ଅପିଲ୍ କରିଛନ୍ତି ରିୟାଙ୍କ ଓକିଲ।

Comment