ଓଡିଶାଲାଇଭ୍ ବ୍ୟୁରୋ

କଟକ, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍‌ ଅବଧି ବଢ଼ିବ କି? ଏହି ପ୍ରଶ୍ନଟି ଏବେ ସମସ୍ତଙ୍କ ମନରେ। ଟୁଇନ୍ ସିଟି ଓ ଗଞ୍ଜାମ ହେଉଛି ବର୍ତ୍ତମାନର କରୋନା ହଟ୍‌ସ୍ପଟ୍ ଓ ସରକାରଙ୍କ ନଜର ଏହି ସ୍ଥାନ ଉପରେ।

ବିଏମ୍‌ସି, ସିଏମ୍‌ସିରେ କରୋନା କମିବାର ନାଁ ଧରୁନାହିଁ। ଏହା ସହିତ ଖୋର୍ଦ୍ଧାର ଅବଶିଷ୍ଟ ଅଞ୍ଚଳକୁ ବି ଯୋଡ଼ା ଯାଇପାରେ। କିନ୍ତୁ ଉଦ୍‌ବେଗର ବିଷୟ ହେଲା ଯେ ଖୋର୍ଦ୍ଧା ଜିଲ୍ଲାରେ ଯେତେ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅନେକ ଭୁବନେଶ୍ୱରର ଓ ବିଶେଷ କରି ବସ୍ତି ଅଞ୍ଚଳର। ଏହି ପରିସ୍ଥିତିରେ ସବୁକିଛି ଖୋଲା କରିଦେବା ଠିକ୍ ହେବ ନାହିଁ ବୋଲି ଉଚ୍ଚ ମହଲରେ ଆଲୋଚନା ଚାଲିଛି।ସରକାରଙ୍କ ଚିନ୍ତା ହେଉଛି ଯଦି ଲକ୍‌ଡାଉନ୍ ବଢ଼ାଇ ଦିଆଯାଏ, ୩-ଟି ବା ଟ୍ରାକ, ଟେଷ୍ଟ ଓ ଟ୍ରିଟ ଏହି ତିନୋଟି ବିଷୟ ଉପରେ ସରକାରୀ ବିଭାଗଗୁଡ଼ିକ ଅଧିକ ଦୃଷ୍ଟି ଦେଇପାରିବେ। ତା’ ଛଡ଼ା ଲକ୍‌ଡାଉନ୍ ବୃଦ୍ଧି ହେଲେ ଗୋଷ୍ଠୀ ସଂକ୍ରମଣକୁ ମଧ୍ୟ ରୋକିହେବ।

ଦୈନନ୍ଦିନ ସ୍ଥିତି ଉପରେ ସରକାର ନଜର ତ ରଖିଛନ୍ତି। ଯାହା ଜଣାପଡ଼ୁଛି ଟୁଇନ୍ ସିଟି ଓ ଗଞ୍ଜାମ ଜିଲ୍ଲାରେ ଜୁଲାଇ ୩୧ ପରେ ମଧ୍ୟ ଲକ୍‌ଡାଉନ୍ ଜାରି ରହିବ। ଏଥିସହ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗ୍ରାମଞ୍ଚଳରେ ମଧ୍ୟ ତାଲା ବନ୍ଦ ଚାଲୁ ରହିପାରେ।

Comment