ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ହୁ ହୁ ହୋଇ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସରକାରୀ ଦପ୍ତରଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଲାଣି। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର କର୍ମଚାରୀଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଲୋକସେବା ଭବନର କର୍ମଚାରୀ ସଂଘକୁ ଚିଠି ଲେଖାଯାଇଛି।

ଯେଉଁ କର୍ମଚାରୀମାନେ କରୋନା ଲକ୍ଷଣ ଅନୁଭବ କରୁଛନ୍ତି ସେମାନେ ଟେଷ୍ଟ ପାଇଁ ସ୍ଵାବ୍ ଦେଇପାରିବେ। ସମ୍ପୃକ୍ତ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲରେ ବିନା ଦେୟରେ ସ୍ଵାବ୍ ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮,୯୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୨୩୫ ଜଣ ସକ୍ରିୟ ଅଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬୯ରେ ପହଞ୍ଚିଛି।

Comment