ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକରୀ ଆଇ.ଟି.ଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଆଇ.ଟି.ଆଇ ତାଲିମ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଅନଲାଇନ ଆବେଦନ କରିପାରିବେ।

ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ ବା SAMS ଜରିଆରେ କେନ୍ଦ୍ରୀୟ ଅନଲାଇନ ପଦ୍ଧତିରେ ନାମଲେଖା ଯିବ।

ଯୋଗ୍ୟତା- ଅଷ୍ଟମ/ଦଶମ ପାସ୍ କରିଥିବେ।

 

ବୟସ- ୨୦୨୦ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ଅତିକମରେ ୧୪ ବର୍ଷ ହୋଇଥିବ। ସର୍ବାଧିକ ବୟସ ସୀମା କିଛି ନାହିଁ।

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ପ୍ରାର୍ଥୀମାନେ SAMS ପୋର୍ଟାଲ www.samsodisha.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜାତିଗତ ପ୍ରମାଣପତ୍ରର ଅଟୋଭାଲିଡେସନ ପାଇଁ ଆବେଦନକାରୀମାନେ ନିକଟସ୍ଥ ସରକାରୀ ଆଇ.ଟି.ଆଇ ସେଣ୍ଟରରେ ନିଜ ପ୍ରମାଣପତ୍ରର ଭାଲିଡେସନ ମଧ୍ୟ କରିପାରିବେ। ଅଧିକ ସୂଚନା ପାଇଁ ନିମ୍ନଲିଖିତ ଟୋଲ୍ ଫ୍ରି ନମ୍ବର ବା ହେଲ୍ପଲାଇନ ସହ ଯୋଗାଯୋଗ କରନ୍ତୁ-

ନମ୍ବର-155335 ବା 1800-345-06770

ଆବେଦନ ସମ୍ବନ୍ଧୀୟ ସମସ୍ତ ତଥ୍ଯ ପାଇଁ www.samsodisha.gov.in ରେ କ୍ଲିକ୍ କରନ୍ତୁ।

Comment