ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ସୋସିଆଲ ମିଡିଆରେ ମତେ ବଦନାମ କରାଯାଉଛି। ମୋ ପରିବାରର ଇମେଜ୍‌ ଖରାପ କରିବାକୁ ଚେଷ୍ଟା କରାଯାଉଛି’’, ଏଭଳି ଅଭିଯୋଗ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

ଏକ ଓ୍ୱେବ ଚ୍ୟାନେଲ ବିରୋଧରେ ଏହି ଅଭିଯୋଗ କରି ମଞ୍ଚେଶ୍ୱର ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର। ଓ୍ୱେବ ଚ୍ୟାନେଲ ତାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ କରି ତାଙ୍କ ବଦନାମ କରିବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ତାଙ୍କୁ ମାନସିକ ଭାବେ ଆଘତ ପହଞ୍ଚିଛି ବୋଲି କହିଛନ୍ତି ପ୍ରକୃତି।

ନିକଟରେ ଏକ ୱେବ ଚ୍ୟାନେଲ ପ୍ରକୃତିଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ କରିଥିଲା। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏହାରି ବିରୋଧରେ ପ୍ରକୃତି ଥାନାର ଦ୍ୱାରସ୍ତ ହୋଇଛନ୍ତି।

Comment