ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ୍‌ ହେଲା ବଲିଉଡ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ରାମଗୋପାଳ ବର୍ମାଙ୍କ ଏହି ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଓଡ଼ିଆ ପୁଅ, ଝିଅ।

ହ୍ୟାଣ୍ଡ୍‌ସମ୍‌ ହିରୋ ରକ୍‌ କାଚ୍ଚି ଓ ବୋଲ୍ଡ ଅଭିନେତ୍ରୀ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି। ୨ ମିନିଟ୍‌ ୩୬ସେକେଣ୍ଡ୍‌ର ଟ୍ରେଲର୍‌ରେ ଉଭୟଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିଛନ୍ତି ଦର୍ଶକ। ସବୁ ଖାସ କଥା ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଦୁଇ ଓଡ଼ିଆ ନାୟକ-ନାୟିକା ଭାବେ ନଜର ଆସିଛନ୍ତି।

ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଟୁଇଟ କରି ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ସହ ସେୟାର କରିଛନ୍ତି। ଖୁବ କମ୍‌ ସମୟରେ ଟ୍ରେଲରକୁ ଭଲ ରେସପପ୍ସ ମିଳିଛି। ପରଦା ଉପରେ ଦୁଇ ଓଡ଼ିଆକୁ ଦେଖିବାକୁ ଫିଲ୍ମର ରିଲିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ।

Comment