ଓଡିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧୀନରେ ଆସୁଥିବା ହିତାଧିକାରୀଙ୍କ ଅବସ୍ଥା ଆଉ କିଛି ଦିନ ମଧ୍ୟରେ ଗୁରୁତର ହେବାକୁ ଯାଉଛି। ଚାରୋଟି ଦାଦନପ୍ରବଣ ଜିଲ୍ଲାର ହିତାଧିକାରୀଙ୍କ ଭିତରୁ ୭୮ ପ୍ରତିଶତ ପରିବାରର ଚାଉଳ ଶେଷ ହୋଇ ଆସିଲାଣି। ଏହା ଏକ ସର୍ଭେରୁ ଜଣାପଡିଛି। ସାଧାରଣ ଆବଣ୍ଟନ ପ୍ରଣାଳୀ ଜରିଆରେ ସେମାନେ ଯେଉଁ ଚାଉଳ ପାଇଥିଲେ ତାହା ଅତି ବେଶୀରେ ଆଉ ୧୫ ଦିନ ଯିବ ବୋଲି ଏହି ସର୍ଭେ କହୁଛି।

ଚାରି ମାସର ଲକ୍‌ଡାଉନ୍ ଶେଷ ହେବା ସହ ଓଡ଼ିଶା ସରକାର ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୯୪ ଲକ୍ଷ ହିତାଧିକାରୀଙ୍କୁ ଯେଉଁ ଚାଉଳ, ଡାଲି ଦେଇଥିଲେ ତାହା ଆଉ ବଳି ନାହିଁ। ଲୋକେ ତାହାକୁ ଖାଇ ସାରିଛନ୍ତି।

ସ୍ଵେଚ୍ଛାସେବୀ ସଂସ୍ଥା ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ କଳାହାଣ୍ଡି,ବଲାଙ୍ଗୀର,ନୂଆପଡ଼ା ଓ ବରଗଡ଼ରେ ଏହି ସର୍ଭେ କରାଯାଇଥିଲା। ଟେଲିଫୋନ ଯୋଗେ ଗ୍ରହଣ କରାଯାଇଥିବା ତଥ୍ୟକୁ ଭିତ୍ତି କରି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ୧୬ ପ୍ରତିଶତ ହିତାଧିକାରୀଙ୍କ ଚୁଲି ଏବେ ପଡ଼ିଆ ପଡ଼ିବା ଆରମ୍ଭ ହୋଇଛି।

Comment