ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍‌  ବଲିଉଡ ଇଣ୍ଡଷ୍ଟ୍ରିର ସଫଳ ନାୟିକା ତାପସୀ ପନୁଙ୍କ ଆଜି ଜନ୍ମଦିନ। ୧୯୮୭ ଆଜିର ଦିନରେ ଜନ୍ମ ହୋଇଥିବା ତାପସୀ ଆଜି ୩୨ ବର୍ଷ ବୟସରେ ପାଦ ଦେଇଛନ୍ତି।

ଏମିତି ବହୁତ କମ୍‌ ନାୟିକା ଅଛନ୍ତି, ଯେଉଁମାନେ ଉଭୟ ବଲିଉଡ ଓ ସାଉଥ୍‌ ଇଣ୍ଡଷ୍ଟ୍ରିରେ ସକ୍ରିୟ। ଖାଲି ସେତିକି ନୁହେଁ, ସେମାନେ ଉଭୟ ସ୍ଥାନରେ ସଫଳ ମଧ୍ୟ। ଏମିତି ଜଣେ ହଟ୍‌ ହିରୋଇନ୍ ହେଲେ ତାପସୀ ପନୁ।

୨୦୧୦ରେ ତେଲୁଗୁ ଫିଲ୍ମ ‘ଝୁମାନ୍ଦି ନାଦମ୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ତାପସୀ। ପରେ ବଲିଉଡରେ ‘ଦ ଗାଜି ଆଟାକ୍‌’, ‘ନାମ୍‌ ଶବାନା’, ‘ପିଙ୍କ୍’, ‘ଜୁଡୱା-୨’, ‘ମୂଲ୍‌କ’ ଆଦି ଫିଲ୍ମରେ ସେ ନଜର ଆସିଛନ୍ତି।

ଅନ୍ୟ ନାୟିକାଙ୍କ ଭଳି ତାପସୀ ବି ନିଜର ଆଫେଆର୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚିତା ହୋଇଛନ୍ତି। ସେ କେତେବେଳେ ଟଲିଉଡ ଆକ୍ଟର ତ ପୁଣି କେତେବେଳେ ବଲିଉଡ ଆକ୍ଟର, ପୁଣି କେତେବେଳେ ଜଣେ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ପ୍ରେମରେ ପଡ଼ିଛନ୍ତି। ଆସନ୍ତୁ ଜାଣିବା ତାପସୀ ପନୁଙ୍କର ବୟଫ୍ରେଣ୍ଡମାନଙ୍କ ସମ୍ପର୍କରେ…

ମହତ୍‌ ରାଘବେନ୍ଦ୍ର

ତାପସୀ ପନୁ ଜଣେ ତେଲୁଗୁ ଅଭିନେତାଙ୍କୁ ପ୍ରାୟ ଦୁଇବର୍ଷ ଯାଏଁ ଡେଟ୍ କରୁଥିଲେ। ଏ କଥାକୁ ସେହି ଅଭିନେତା ମହତ୍ ରାଘବେନ୍ଦ୍ର ମଧ୍ୟ ସ୍ୱୀକାର କରିଥିଲେ। ତାପସୀଙ୍କ ସହିତ ମହତ୍‌ ମଧ୍ୟ ଲିଭ-ଇନ୍‌ରେ ଥିଲେ ବୋଲି ଅସ୍ୱୀକାର କରିନାହାନ୍ତି।

ଏବେବି ସାଉଥରେ ତାପସୀ ମହତଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ୍ ଭାବେ ଅଧିକ ଚର୍ଚ୍ଚିତା। ତେବେ ଏ ଦୁହେଁ ନିଜର ବ୍ରେକଅପ୍‌ କାରଣ ବିଷୟରେ କିଛି କହିନାହାନ୍ତି।

ସାକିବ୍‌ ସଲିମ୍

ମଝିରେ ବେଶ୍‌ କିଛିଦିନ ଜଣେ ବଲିଉଡ ଅଭିନେତାଙ୍କ ସହ ତାପସୀଙ୍କ ଆଫେଆର୍‌ ଥିବାର ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଅଭିନେତା ଜଣକ ହେଲେ ସାକିବ୍‌ ସଲିମ୍‌। ସେ ଦୁହେଁ ସୋସିଆଲ୍‌ ମିଡିଆରେ ମଧ୍ୟ ଉଭୟଙ୍କର ରୋମାଣ୍ଟିକ୍‌ ପୋଜ୍‌ ଥିବା ଫଟୋ ମଧ୍ୟ ସେଆର୍‌ କରିଥିଲେ।

ତାପସୀଙ୍କୁ ସେ ପସନ୍ଦ କରନ୍ତି ବୋଲି ବି ସାକିବ୍‌ କହିଥିଲେ। ସାକିବ୍‌ କହିଥିଲେ ଯେ ତାପସୀ ଓ ମୁଁ ଦୁହେଁ ଦିଲ୍ଲୀର। ଏଣୁ ଉଭୟେ ପରସ୍ପର ସହ ସମୟ ବିତାଇବାକୁ ପସନ୍ଦ କରୁ। କିନ୍ତୁ ତାପସୀ ସାକିବଙ୍କ ସହିତ ଡେଟିଂ କଥାକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ  ସାକିବ୍‌ ତାଙ୍କର ସବୁଠୁ ଭଲ ସାଙ୍ଗ, ହେଲେ କେବେବି ପ୍ରେମ ସମ୍ପର୍କ ନଥିଲା।

ମାଥିଆସ୍‌ ବୋ

ଥରେ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ସହିତ ବି ତାପସୀ ପନୁଙ୍କ ନାଆଁ ଯୋଡ଼ା ଯାଇଛି। ଏହି ଖେଳାଳି ଜଣକ ଅଲମ୍ପିକ୍‌ରେ ରୌପ୍ୟ ପଦକପ୍ରାପ୍ତ। ତାଙ୍କର ନାଆଁ ହେଲା ମାଥିଆସ୍‌ ବୋ। ଏବେ ବି ବଲିଉଡରେ ଚର୍ଚ୍ଚା ହେଉଛି ଯେ ତାପସୀ ପନୁ ସେହି ବ୍ୟାଡମିଣ୍ଟନ ଖେଳାଳିଙ୍କ ସହିତ ଗୋପନରେ ଏନଗେଜମେଣ୍ଟ କରିଛନ୍ତି। ଖୁବ୍‌ ଶୀଘ୍ର ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ।

ତାପସୀ ପନୁ ଏ କଥାକୁ ପ୍ରକାରାନ୍ତରେ ସ୍ୱୀକାର କରିଛନ୍ତି। ତାପସୀ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି ଯେ କୌଣସି କ୍ରିକେଟର, ଆକ୍ଟର, ଡିରେକ୍ଟର କି ପ୍ରଡ୍ୟୁସରଙ୍କୁ ସେ ଡେଟ୍ କରୁନାହାନ୍ତି। ବିବାହ ତାଙ୍କ ଯୋଜନାରେ ଅଛି। ତାହା ଯେତେବେଳେ ହେବାର ଥିବ ହେବ।

ଠିକ୍‌ ସେହିପରି ବ୍ୟାଡମିଣ୍ଟନ୍‌ ଖେଳାଳି ମାଥିଆସ୍‌ ବୋ ନିଜର ଟୁଇଟରରେ ଏକ ‘ରନିଂଶାଦି’ର ଫଟୋ ପୋଷ୍ଟ କରି ପରୋକ୍ଷରେ ତାପସୀ ପନୁଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଅଛି ଓ ସେ ତାଙ୍କୁ ବାହା ହେବାକୁ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି।

Comment