ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ମୃଣାଳ ଠାକୁର ଏବେ ଘରେ ଘରେ ପରିଚିତ। ସିରିଏଲ ‘କୁମକୁମ ଭାଗ୍ୟ’ରେ ବୁଲବୁଲ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଖୁବଶୀଘ୍ର ହ୍ରିତିକଙ୍କ ଫିଲ୍ମ ସୁପର ୩୦ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ସେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ଲଭ ସୋନିଆରୁ ବଲିଉଡ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

୧୯୯୨ ଅଗଷ୍ଟ ୧ରେ ନାଗପୁରରେ ଜନ୍ମିତ ମୃଣାଳଙ୍କ ନିକ୍‌‌ ନାଁ ଗୋଲି। ପରିବାରରେ ତାଙ୍କୁ ସମସ୍ତେ ଏହି ନାଁରେ ହିଁ ଡାକନ୍ତି।

୨୦୧୨ରେ ସେ ସିରିଏଲକୁ ଡେବ୍ୟୁ କରିଥିଲେ। ତାଙ୍କ ପ୍ରଥମ ସିରିଏଲ ଥିଲା ‘ମୁଝସେ କୁଛ କେହେତି ହେଁ ୟେ ଖାମୋସିଆଁ’। ତାଙ୍କର ଏହି ସିରିଏଲ ୨୦୧୨ରୁ ୨୦୧୪ ଯାଏଁ ଚାଲିଥିଲା।

ହେଲେ ଏହି ସିରିଏଲରୁ ତାଙ୍କୁ ବେଶୀ କିଛି ସଫଳତା ମିଳି ନଥିଲା। ଜି ଟିଭିରେ ପ୍ରସାରିତ ‘କୁମୁକମ ଭାଗ୍ୟ’ରେ ସେ ବୁଲବୁଲ ଚରିତ୍ରରେ ଅଭିନୟ କରି ପରିଚିତ ହୋଇଥିଲେ।

ହିନ୍ଦୀ ସିରିଏଲ, ହିନ୍ଦୀ ଫିଲ୍ମ ବ୍ୟତୀତ ମୃଣାଳ ମରାଠୀ ଫିଲ୍ମରେ ବି କାମ କରିଛନ୍ତି।

ଏହାପରେ ମୃଣାଳ ‘ଲଭ୍ ସୋନିଆ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମକୁ ସଫଳତା ମଧ୍ୟ ମିଳିଥିଲା।  ସେ ହ୍ରିତିକଙ୍କ ‘ସୁପର ୩୦’ ଓ ଜନଙ୍କ ‘ବାଟଲା ହାଉସ’ରେ ନଜର ଆସିଥିଲେ।

Comment