ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମ ମନ୍ଦିର ଭୂମି ପୂଜା ପାଇଁ ସଜେଇ ହେଉଛି ଅଯୋଧ୍ୟା। ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଅଯୋଧ୍ୟା ପୂରା ଚଳଚଞ୍ଚଳ ହୋଇପଡ଼ିଛି। ଅଗଷ୍ଟ ୫ରେ ଭୂମି ପୂଜା ପୂର୍ବରୁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟ ଯାଇ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ଆଜି ଅଯୋଧ୍ୟାରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀଗଣେଶକୁ ପୂଜା କରାଯାଇଛି। ଏଥିପାଇଁ ଅଯୋଧ୍ୟାରେ ଲୋକମାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ଭୂମି ପୂଜା ଦିନ ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାରେ ମୋଦୀ ରହିବେ। ଏହି ଅବସରରେ ସାମାଜିକ ଦୂରତା ପାଳନ କରାଯିବ ଏବଂ କରୋନା ସହ ଜଡ଼ିତ ଗାଇଡଲାଇନର ପାଳନ କରାଯିବ।

Comment