ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନାର ଗତି ବହୁତ ଦ୍ରୁତ ଗତିରେ ବଢ଼ି ଚାଲିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଗତ ୮ ଦିନ ମଧ୍ୟରେ ଦେଶର ବଡ଼ ବଡ଼ ହସ୍ତୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି।

ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ଆକ୍ରାନ୍ତ ହୋଇଛନ୍ତି। ରବିବାର ଦିନ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅମିତ ଶାହା ନିଜେ ଏହି ଟୁଇଟ କରି ଏହି ସୂଚନା ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି।India's ruling Bharatiya Janata Party (BJP) leader B. S. Yeddyurappa flashes the victory sign after taking oath as Chief Minister of the southern state of Karnataka inside the governor's house in Bengaluru, India, May 17, 2018. REUTERS/Abhishek N. Chinnappa

ବି.ଏସ୍ ୟେଦୁରୁପ୍ପା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି। ରବିବାର ଦିନ ତାଙ୍କର କରୋନା ରିପୋର୍ଟ ବାହାରିଲା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ନିଜେ ଟୁଇଟ୍ କରି ଏହା ବିଷୟରେ ସୂଚନା ଦେଇଥିଲେ।

ବନୱାରୀ ଲାଲ ପୁରୋହିତ

ତାମିଲନାଡୁର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ମଧ୍ୟ କରୋନା ଆକ୍ରାନ୍ତ। ତାଙ୍କ ସ୍ୱସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି। ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଉଛି। ସାମାନ୍ୟ ସଂକ୍ରମଣ ହେତୁ ତାଙ୍କୁ ଘରେ ବିଚ୍ଛିନ୍ନ ରହିବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି।

କାର୍ତ୍ତି ଚିଦାମ୍ବରମ୍

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କରୋନା ଆକ୍ରାନ୍ତ। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।  ତାଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି। ଲଗାତର ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି।

ଏହାଛଡ଼ା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

Comment