ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ତଦନ୍ତକୁ ନେଇ ବିହାର ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ବିବାଦ ଲାଗି ରହିଥିଲା ବେଳେ ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ କେ ସିଂ ଏକ ବଡ଼ ବୟାନ ଦେଇଛନ୍ତି।

ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ସେ ଫେବ୍ରୁଆରି ୨୫ରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବୋଲି କହିଛନ୍ତି। କିନ୍ତୁ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ପୁଅର ଜୀବନ ଗଲା ବୋଲି କେକେ ସିଂ କହିଛନ୍ତି।

ଏହାଛଡ଼ା କେକେ ସିଂ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ ମଧ୍ୟ ମୁମ୍ବାଇ ପୋଲିସ କିଛି କରିନାହିଁ। ତଦନ୍ତ ଆଗକୁ ବଢ଼ି ନାହିଁ। ବିହାର ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୋଲିସ ପାଟନା ପୋଲିସକୁ ସାହାଯ୍ୟ କରିବା ଉଚିତ। କିନ୍ତୁ ମୁମ୍ବାଇ ପୋଲିସ ତାହା କରୁନାହିଁ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ଗୁରୁତର ସହ ନେଇଛି ବିହାର ପୋଲିସ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଶାନ୍ତଙ୍କ ବାପା କେ କେ ସିଂ।

Comment