ଓଡ଼ିଶାଲାଇଭ୍ ବ୍ୟୁରୋ

last village mana-3

ଭାରତ ଓ ଚୀନ ସୀମାରେ ରହିଛି ଭାରତର ଶେଷ ଗାଁ ‘ମାନା’। ଉତ୍ତରାଖଣ୍ଡ ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ। ଏହି ଗାଁ ପରଠୁ ଆରମ୍ଭ ହୋଇଯାଏ ଚୀନ ସୀମା। ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁ କୌଣସି ପର୍ଯ୍ୟଟନ ସ୍ଥଳୀଠାରୁ କମ୍ ନୁହେଁ। କୁହାଯାଏ ଏହି ଗାଁ ମହାଭାରତ ସମୟରୁ ଏଠାରେ ରହିଆସିଛି ଏବଂ ଏହାର ପୌରାଣିକ ନାମ ହେଉଛି ମଣିଭଦ୍ର।

last village mana-4

ବଦ୍ରିନାଥଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ ବଦ୍ରିନାଥ ଖୋଲା ଥିବା ସମୟରେ ଲୋକଗହଳି ଦେଖାଯାଏ। ଏଠାରେ ରହିଛି ଅନେକ ପୌରାଣିକ ଏବଂ ଦର୍ଶନୀୟ ସ୍ଥାନ ଯେପରିକି ଶ୍ରୀ ଗଣେଷ ଗୁମ୍ଫା, ଶ୍ରୀ ବେଦ ବ୍ୟାସଙ୍କ ଗୁମ୍ଫା, ଭୀମ ପୁଲ, ଭାରତ-ଚୀନ ସୀମା, ହିମାଳୟ, ପ୍ରାକୃତିକ କୁଣ୍ଡ ଇତ୍ୟାଦି।

last village mana vim pul

ବହୁ ସମୟରି ଏଠାରେ ଏକ ମନ୍ଦିର ରହିଛି ଯାହା ସେଠାକାର ରାଓ୍ୱତ ଜାତିର ବୋଲି କୁହାଯାଏ। ବାଲା ତ୍ରିପୁର ସୁନ୍ଦରୀଙ୍କୁ ସମର୍ପିତ ଏହି ମନ୍ଦିର ଦ୍ରୌପଦୀ ମନ୍ଦିର ଭାବେ ଜଣାସୁଣା।

last village mana-2

ସାଧାରଣତଃ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ବଦ୍ରିନାଥ ମନ୍ଦିର ଖୋଲାଯାଇଥାଏ। ଏହି ସମୟରେ ଅନେକ ସଂଖ୍ୟାରେ ଟୁରିଷ୍ଟ ଏଠାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ବର୍ତ୍ତମାନ ଭାରତ-ଚୀନ ସୀମାକୁ ନେଇ ଚାଲିଥିବା ବିବାଦରେ ଏହି ଗାଁର ଲୋକେ ଚୀନ ବିପକ୍ଷରେ ସ୍ୱର ଉଠାଇବା ସହ ଚୀନ ଦ୍ରବ୍ୟ ବହିଷ୍କାର ପାଇଁ ଅପିଲ୍ ମଧ୍ୟ କରିଛନ୍ତି।

Comment