ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁବଠୁ ଚୁଲବୁଲି ଅଭିନେତ୍ରୀ ହେଲେ କାଜଲ। ଆଜିବି ତାଙ୍କ ଅଭିନୟରେ ଦର୍ଶକ ଦିଓ୍ୱାନା। ଆଜି ଏହି ଖ୍ୟାତାନାମା ବଲିଉଡ ଅଭିନେତ୍ରୀଙ୍କ ଆଜି ଜନ୍ମଦିନ। ୨୭ ବର୍ଷ ପୂର୍ବେ ବଲିଉଡରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି।

କାଜଲଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା…

୧୯୯୨ରେ ‘ବେଖୁଦୀ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ କାଜଲ। ସେତେବେଳେ କାଜଲ ସ୍କୁଲରେ ପଢ଼ୁଥିଲେ।

୧୯୯୭ରେ କାଜଲଙ୍କ ଅଭିନୀତ ଫିଲ୍ମ ‘ଗୁପ୍ତ’ ରିଲିଜ ହୋଇଥିଲା। ଏଥିରେ ନେଗେଟିଭ୍‌ ରୋଲ୍‌ କରିଥିଲେ କାଜଲ। ଏହି ଚରିତ୍ର ପାଇଁ ତାଙ୍କୁ ଫିଲ୍ମ ଫେୟାର ଆଓ୍ୱାର୍ଡ ମଧ୍ୟ ମିଳିଥିଲା।

ହିନ୍ଦୀ ଫିଲ୍ମ ବ୍ୟତୀତ କାଜଲ ତାମିଲ ଫିଲ୍ମରେ ବି କାମ କରିଛନ୍ତି। ‘ମିନ୍‌ସାରା କାନ୍ନାଭୁ’ ଫିଲ୍ମରେ ସେ ପ୍ରଭୁଦେବାଙ୍କ ସହ ନଜର ଆସିଥିଲେ।

୧୯୯୯ରେ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଥିଲେ କାଜଲ। ଅଜୟ ଏବଂ କାଜଲଙ୍କ ଯୋଡ଼ିକୁ ବଲିଉଡରେ ବେଷ୍ଟ କପଲ ବୋଲି ମାନନ୍ତି।

କିଛି ଦିନର ବ୍ୟବଧାନ ପରେ କାଜଲ ଶାହରୁଖ ଖାନଙ୍କ ସହିତ ଦିଲଓ୍ୱାଲେରେ ବଲିଉଡକୁ କମବ୍ୟାକ କରିଥିଲେ।

Comment