ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ବର୍ଷ ଧରି ହୋଇଥିବା ଅପେକ୍ଷାର ଅନ୍ତ ଘଟିଛି। ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପୂଜା ପରେ ପ୍ରାୟ ଏକ ଘଣ୍ଟା ପାଇଁ ଦେଶକୁ ସମ୍ବୋଧିତ କରିବେ ସେ। ଅଯୋଧ୍ୟାରେ ମୋଦୀଙ୍କର କ’ଣ କାର୍ଯ୍ୟକ୍ରମ ରହିଛି ଆସନ୍ତୁ ଜାଣିବା।

  • ଦିଲ୍ଲୀ ବିମାନବନ୍ଦରରୁ ସକାଳ ୯ଟା ୩୫ରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନରେ ଲକ୍ଷୌ ପାଇଁ ବହାରିବେ।
  • ୧୦ଟା ୨୫ରେ ଲକ୍ଷ୍ନୌର ଅମୌସି ବିମାନବନ୍ଦରରେ ପହଞ୍ଚିବେ।
  • ସେଠାରୁ ଏକ ହେଲିକପ୍ଟର ଯୋଗେ ସକାଳ ୧୦ଟା ୪୦ରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ।
  • ୧୧ଟା ୩୦ରେ ଅଯୋଧ୍ୟାରେ ଥିବା ସାକେତ ମହାବିଦ୍ୟାଳୟର ହେଲିପ୍ୟାଡରେ ଅବତରଣ କରିବେ।
  • ଏଠାରୁ ପାଞ୍ଚ ମିନିଟ୍ ପରେ ହନୁମାନଗଡିରେ ପହଞ୍ଚିବେ।  ଠିକ ୧୨ରେ ମୋଦୀ ରାମଜନ୍ମଭୂମି ପରିସରରେ ପହଞ୍ଚିବେ।
  • ପ୍ରଥମେ ମୋଦୀ ସେଠାରେ ବିରାଜମାନା ରାମଲାଲାଙ୍କୁ ଦର୍ଶନ କରିବେ।
  • ଦିନ ୧୨ଟା ୩୦ରେ ଭୂମି ପୂଜା ହେବ।
  • ଭୂମି ପୂଜା ହେବା ପରେ ଏକ ଘଣ୍ଟା ପାଇଁ ଦେଶକୁ ସମ୍ବୋଧିତ କରିବେ ମୋଦୀ।
  • ଏହାପରେ ମୋଦୀ ପୁଣି ଦିଲ୍ଲୀ ଫେରି ଆସିବେ।

Comment