ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା। ଶ୍ରୀନଗରରରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଛନ୍ତି।

ପୂର୍ବରୁ ଏହି ସ୍ଥାନରେ ଗିରିଶ ଚନ୍ଦ୍ର ମୁର୍ମୁ ଥିଲେ। ତାଙ୍କ ଇସ୍ତଫା ପରେ ମନୋଜ ସିହ୍ନାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି।

୨୦୧୯ରେ ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଥିଲା। କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରିଶ ମୁର୍ମୁ ଜମ୍ମୁ କଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ଇସ୍ତଫା ପରେ ମନୋଜ ସିହ୍ନା ଜମ୍ମୁ କଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ହୋଇଛନ୍ତି।

ଜମ୍ମୁ କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଦେଶର ନୂଆ ସିଏଜି ହୋଇଛନ୍ତି।

Comment