ଓଡ଼ିଶାଲାଇଭ୍‌ ବ୍ୟୁରୋRhea-Sushant

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ତଦନ୍ତ ଜୋରଦାର ହୋଇଛି। ସିବିଆଇ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତରେ ଲାଗି ପଡ଼ିଛନ୍ତି। ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଇଡିରେ ହାଜର ହେବେ। ରିୟାଙ୍କ ସମ୍ପତ୍ତି ନେଇ ପଚରାଉଚରା କରିପାରେ ଇଡି।

ସୁଶାନ୍ତଙ୍କ ଆକାଉଣ୍ଟରୁ ଅର୍ଥ ହେରଫେର ଅଭିଯୋଗରେ ହାଜର ହେବାକୁ ରିୟାକୁ ନୋଟିସ କରିଥିଲା ଇଡି। ରିୟା ନିଜ ବୟାନ ରେକର୍ଡ ପାଇଁ ଅଧିକ ସମୟ ମାଗିଥିଲେ। ରିୟାଙ୍କ ଏହି ଆବେଦନକୁ କିନ୍ତୁ ଖାରଜ କରି ଦେଇଛି ଇଡି। ଆଜି ହିଁ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତିଙ୍କୁ ମଧ୍ୟ ଆଜି ହଜାରକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥଙ୍କୁ ଖାଲି ହାଜର ହେବାକୁ କୁହାଯାଇଛି।

Comment