ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ଦେଶ ଦୁନିଆରେ ଅନେକ ପରିବର୍ତ୍ତନ ଆସିଛି। ସେହି କ୍ରମରେ ପରିବର୍ତ୍ତିତ ହୋଇଛି ଟିଭି ଜଗତ। ପାଖାପାଖି ୪ ମାସ ପରେ ବିଭିନ୍ନ ସିରିୟଲ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହାରି ଭିତରେ ଅନେକ କଳାକାର କରୋନା ଭୟରେ ସୋ ଛାଡ଼ି ଘରେ ବସିଛନ୍ତି। ଏହି କଳାକାରମାନେ ନିଜର ଏବଂ ନିଜ ପରିବାରର ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି। ଜାଣନ୍ତୁ ସେମିତି କିଛି କଳାକାରଙ୍କ ବିଷୟରେ…

‘କସୌଟି ଜିନ୍ଦେଗୀ କି-୨’ରେ ଅଭିନୟ କରୁଥିବା କୁନାଲ ଠାକୁର ଏହି ସୋ ଛାଡ଼ି ଦେଇଛନ୍ତି। ଲକ୍‌ଡାଉନ୍ ଖୋଲିବା ପରଠାରୁ ସେଟ୍‌କୁ ଆସିନାହାନ୍ତି କୁନାଲ। କୁନାଲ କିଛି ଦିନ ତଳେ ଦାନ୍ତ ସର୍ଜରୀ କରାଇଥିଲେ। ଏହି କାରଣରୁ ତାଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଛି। ତେଣୁ ଏପରି ସ୍ଥିତିରେ ସୁଟିଂ ସେଟ୍‌କୁ ନ ଆସି ଘରେ ରହିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ।ଲକ୍‌ଡାଉନ୍ ଖୋଲିବା ପରେ ଟିଭି ସୋ ‘ୟେ ରିସ୍ତେ ହେଁ ପ୍ୟାର୍‌ କେ’ର ସୁଟିଂ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଋତ୍ଵିକ୍ ଅରୋରା ସେଟ୍‌କୁ ଫେରିନାହାନ୍ତି। କରୋନା ପାଇଁ ସେଟ୍‌କୁ ଯାଇନାହିଁ ବୋଲି ଋତ୍ଵିକ୍ କହିଛନ୍ତି। ଅନ୍ୟପଟେ ସୋ ନିର୍ମାତା ତାଙ୍କ ଉପରେ ଅନ୍‌ପ୍ରଫେସନାଲ୍ ହେବାର ଆରୋପ ଲଗାଇଛନ୍ତି। ବର୍ତ୍ତମାନ ଋତ୍ଵିକ୍‌ଙ୍କ ସ୍ଥାନରେ ଅବିନାଶ ମିଶ୍ରା ନଜର ଆସୁଛନ୍ତି।ଅବନୀତ କୌର ‘ଅଲାଦୀନ’ ସିରିୟଲରେ ନିଜର ଅଭିନୟ ପାଇଁ ବେଶ୍ ପରିଚିତି ହାସଲ କରିଛନ୍ତି। କିନ୍ତୁ ଏହାର ନୂଆ ଏପିସୋଡ୍ ଆରମ୍ଭ ହେବା ପୂର୍ବରୁ ଅବନୀତ ସୋ ଛାଡ଼ିଦେଇଛନ୍ତି। କରୋନା ଯୋଗୁଁ ସେ ସୋ ଛାଡ଼ିଥିବା ଚର୍ଚ୍ଚା ହେଉଛି।ଜି ଟିଭିର ପପୁଲାର ସିରିୟଲ ‘କୁମକୁମ୍ ଭାଗ୍ୟ’ରେ ଆଲିଆ ଚରିତ୍ରରେ ନଜର ଆସିଥିବା ଶିଖା ସିଂ ମଧ୍ୟ ସୋ ଛାଡ଼ି ଦେଇଛନ୍ତି। ଶିଖା ନିକଟରେ ମା ହୋଇଛନ୍ତି। ତେଣୁ କରୋନା ଯୋଗୁଁ ସୋ ଛାଡ଼ିଥିବା ଜଣାପଡ଼ିଛି।

Comment