ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ସଞ୍ଜୟଙ୍କୁ ଅଣକୋଭିଡ୍‌ ୱାର୍ଡରେ ରଖାଯାଇଛି।

ସଞ୍ଜୟ ଦତ୍ତ ଏବେ ପରିବାରଠାରୁ ଦୂରରେ ଅଛନ୍ତି। କରୋନା ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ପରିବାର ପାଖକୁ ସେ ଯାଇପାରି ନାହାନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

କରୋନା ମହାମାରୀ ଏବେ କାୟା ମେଲାଉଛି। ଏହି ମହାମାରୀ କବଳରୁ ବଲିଉଡ୍‌ ଜଗତର ବହୁ ଅଭିନେତା ବର୍ତ୍ତି ନାହାନ୍ତି। ନିକଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ବଚ୍ଚନ କରୋନା ଆକ୍ରାନ୍ତ ହୋଇଥିଲେ।

Comment