ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟ ଦୀପକ ବସନ୍ତ ସେଠ୍ ଏବଂ ସହଯୋଗୀ ପାଇଲଟ୍ ଅଖିଲେଶ କୁମାର ପ୍ରାଣ ହରାଇଛନ୍ତି। କ୍ୟାପଟେନ୍ ଦୀପକ ବସନ୍ତ ସେଠ୍ ଏୟାରଫୋର୍ସର ଜଣେ ଦକ୍ଷ ପାଇଲଟ ଥିଲେ। ଏୟାର ଇଣ୍ଡିଆରେ ଯୋଗ ଦେବା ପୂର୍ବରୁ ୨୨ ବର୍ଷ ସେ ଏୟାରଫୋର୍ସରେ ଓ୍ଵିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ।

ମିଗ୍-୨୧ ଯୁଦ୍ଧ ବିମାନ ଉଡ଼ାଇବା ସହ ନିଜର ଅନନ୍ୟ ବେସାମରିକ ଯୁଦ୍ଧ କଳା ପାଇଁ ଫୋର୍ସରେ ଅନେକ କୃତିତ୍ଵ ହାସଲ କରିଥିଲେ କ୍ୟାପଟେନ୍ ସେଠ୍। ତେବେ ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା…

  • ୧୧ ଜୁନ ୧୯୮୧ରେ ଇଣ୍ଡିଆନ୍ ଏୟାରଫୋର୍ସରେ ଯୋଗଦେଇଥିଲେ କ୍ୟାପଟେନ୍ ସେଠ୍।
  • ୨୨ ବର୍ଷ ଓ୍ଵିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ କ୍ୟାପଟେନ୍ ସେଠ୍।
  • ଏୟାରଫୋର୍ସର ଅନେକ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଦାୟିତ୍ଵ ବହନ କରିଥିଲେ।
  • ଲମ୍ବା ସମୟ ଧରି “ଗୋଲ୍ଡେନ୍ ଆରୋ ୧୭ ସ୍କ୍ଵାଡ଼ର୍ନ”ର ଅଂଶ ଥିଲେ।
  • ଏୟାରଫୋର୍ସର ଏୟାରବସ୍ ୩୧୦ ସମେତ ବୋଇଂ ୭୩୭ ଯାନକୁ ମଧ୍ୟ ଉଡ଼ାଇଥିଲେ।
  •  ହିନ୍ଦୁସ୍ଥାନ ଏୟାରନାଇଲ୍ସର ଜଣେ ଦକ୍ଷ ପାଇଲଟ ଥିଲେ କ୍ୟାପଟେନ୍ ସେଠ୍।
  • ଅନନ୍ୟ ପରାକାଷ୍ଠା ପାଇଁ ଏୟାରଫୋର୍ସ ଏକାଡ଼େମୀ ଦ୍ଵାରା ସମ୍ମାନୀତ ହୋଇଥିଲେ।
  • . ନ୍ୟାସନାଲ୍ ଏକାଡ଼େମୀର ୫୮ତମ ଫୋର୍ସରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ କ୍ୟାପଟେନ୍ ସେଠ୍।
  • ଏୟାରଫୋର୍ସ ଏକାଡ଼େମୀର ୧୨୭ତମ ପାଇଲଟ ଫୋର୍ସରେ ତାଙ୍କୁ “ସ୍ଵର୍ଡ ଅଫ୍ ଅନର”ରେ ସମ୍ମାନୀତ କରାଯାଇଥିଲା।
  • ୩୦ ଜୁନ ୨୦୦୩ରେ ଏୟାର ଫୋର୍ସରୁ ଅବସର ନେଇଥିଲେ।

Comment