ଓଡିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୧୬୪୩ ପଜିଟିଭ୍
- କ୍ଵାରେଣ୍ଟାଇନ୍ରୁ ୧୦୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ଚିହ୍ନଟ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩କୁ ବୃଦ୍ଧି
ଆଜି ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୧୦୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ଗଞ୍ଜାମ ଓ ଖୋର୍ଦ୍ଧାରୁ ୨୭୪ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡ଼ାରୁ ୧୩୬ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, ସମ୍ବଲପୁରରୁ ୧୧୨ ଜଣ, କଟକରୁ ୯୮ ଜଣ, ପୁରୀରୁ ୯୨ ଜଣ, ବାଲେଶ୍ଵରରୁ ୭୩ ଜଣ, କନ୍ଧମାଳରୁ ୫୨ ଜଣ, କୋରାପୁଟରୁ ୫୦ ଜଣ, ବଲାଙ୍ଗିରରୁ ୪୩ ଜଣ, ନୟାଗଡ଼ରୁ ୪୦ ଜଣ, ମୟୂରଭଞ୍ଜରୁ ୩୯ ଜଣ, ଢେଙ୍କାନାଳରୁ ୩୬ ଜଣ, ଯାଜପୁରରୁ ୩୬ ଜଣ, ଗଜପତିରୁ ୩୫ ଜଣ, କଳାହାଣ୍ଡିରୁ ୩୦ ଜଣ, ମାଲକାନଗିରିରୁ ୨୭ ଜଣ, ଜଗତସିଂହପୁରରୁ ୨୧ ଜଣ, ଅନୁଗୁଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ବରଗଡ଼ରୁ ୭ ଜଣ, ବୌଦ୍ଧରୁ ୭ ଜଣ, ନବରଙ୍ଗପୁରରୁ ୫ ଜଣ, କେନ୍ଦୁଝରରୁ ୩ ଜଣ, ଭଦ୍ରକରୁ ୨ ଜଣ, ଝାରସୁଗୁଡ଼ାରୁ ୨ ଜଣ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮,୬୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୧୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୯ରେ ପହଞ୍ଚିଛି।