ଓଡିଶାଲାଇଭ୍ କରୋନା ବ୍ୟୁରୋ

ଆଜି ଭୁବନେଶ୍ଵରରୁ ଆଉ ୧୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୩୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି କପିଳେଶ୍ଵର କଞ୍ଚସାହିରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡା ବେହେରାସାହିରୁ ୭ ଜଣ, ବମିଖାଲରୁ ୬ ଜଣ, ଆଇଆର୍‌ସି ଭିଲେଜ୍‌ରୁ ୫ ଜଣ, ୟୁନିଟ୍-୧ରୁ ୫ ଜଣ, କପିଳେଶ୍ଵର ତଳସାହିରୁ ୩ ଜଣ, କଟକ ରୋଡ୍ ଷ୍ଟେସନ୍ ଛକ ଅଞ୍ଚଳରୁ ୩ ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୩ ଜଣ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଭୁବନେଶ୍ଵରରେ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏଥିସହିତ ରାଜଧାନୀରେ ମୋଟ ପଜିଟିଭ୍ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୩୮୩ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରେ ୧୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment