ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେଲେ ‘ବାହୁବଳୀ’ ଷ୍ଟାର ରାଣା ଦଗୁବତୀ। ଶନିବାର ହାଇଦ୍ରାବାଦରେ ତାଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ତେବେ କରୋନା ଭାଇରସ ପାଇଁ ଏହି ସେଲିବ୍ରିଟିଙ୍କ ବିବାହରେ ଅଧିକ ଲୋକ ସାମିଲ ହୋଇନଥିଲେ।

କେବଳ ଦୁଇ ପରିବାର ଲୋକ ଓ କିଛି ସୀମିତ ସମ୍ପର୍କୀୟଙ୍କ ଭିତରେ କରୋନା ଗାଇଡ଼ଲାଇନ ମାନି ବିବାହ ସମ୍ପନ୍ନ ହୋଇଛି।

ରାଣାଙ୍କର ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧ ଏହି ଲକଡାଉନ ଭିତରେ ସରିଛି। ରାଣା ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ।

ରାଣାଙ୍କ ଫିଲ୍ମ ‘ବାହୁବଳୀ’ ଏକ ସୁପରଡୁପର୍‌ ହିଟ୍‌ ଫିଲ୍ମ ଥିଲା। ଏଥିରେ ରାଣା ଭଲ୍ଲାଲଦେବ ଚରିତ୍ରରେ ଅଭିନୟ କରିଥିଲେ।

Comment