ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ ହିରୋ ମହେଶ ବାବୁଙ୍କୁ କିଏ ବା ନଜାଣେ। ଜବରଦସ୍ତ ଆକ୍ସନ ଓ ହ୍ୟାଣ୍ଡସମ୍‌ ଚେହେରା ପାଇଁ ତାଙ୍କର ଲକ୍ଷ ଲକ୍ଷ ପ୍ରଂଶସକ ଅଛନ୍ତି। ଖାସ କରି ଝିଅମାନେ ତାଙ୍କ ପାଇଁ ଦିଓ୍ୱାନୀ। ଲକ୍ଷ ଲକ୍ଷ ଝିଅଙ୍କୁ ଦିୱାନୀ କରୁଥିବା ମହେଶ ନିଜେ କେମିତି ପ୍ରେମରେ ଦିଓ୍ୱାନା ହୋଇଥିଲେ ଆସନ୍ତୁ ଜାଣିବା…

୨୦୦୦ ମସିହାରେ ତେଲୁଗୁ ଫିଲ୍ମ ‘ଓ୍ୱାମସୀ’ ସାଇନ୍‌ କରିଥିଲେ ମହେଶ। ଏଥିରେ ତାଙ୍କ ନାୟିକା ଥିଲେ ନମ୍ରତା। ଫିଲ୍ମ ସୁଟିଂ ବେଳେ ନମ୍ରତାଙ୍କୁ ହୃଦୟ ଦେଇ ବସିଥିଲେ ମହେଶ। ପ୍ରଥମ ଦେଖାରେ ହିଁ ଉଭୟଙ୍କୁ ପ୍ରେମ ହୋଇଥିଲା।

ଫିଲ୍ମର ସୁଟିଂ ଶେଷ ହେଲା ବେଳକୁ ଉଭୟଙ୍କ ପ୍ରେମ ସଂପର୍କ ମଜବୁତ ହୋଇଥିଲା। ନିଜ ପ୍ରେମ ବିଷୟରେ ମହେଶ ସର୍ବପ୍ରଥମେ ତାଙ୍କ ଭଉଣୀଙ୍କୁ ଜଣାଇଥିଲେ। ୨ ବର୍ଷ ଯାଏଁ ପରସ୍ପରଙ୍କୁ ଡେଟ୍‌ କରିବା ପରେ ୨୦୦୫ରେ ମହେଶ ଓ ନମ୍ରତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ମହେଶଙ୍କଠାରୁ ନମ୍ରତା ବୟସରେ ୪ ବର୍ଷ ବଡ଼। ତଥାପି ବୟସର ତାରତମ୍ୟ ସଂପର୍କ ଉପରେ ପଡ଼ିନି। ବିବାହ ପରେ ନମ୍ରତା ଫିଲ୍ମ ଦୁନିଆରୁ ଦୂରେଇ ରହୁଥିଲା ବେଳେ ମହେଶ ଏବେବି ଫିଲ୍ମରେ ସକ୍ରିୟ ଅଛନ୍ତି।

Comment