ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଲା। ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ। ଅପରାହ୍‌ଣ ୧୨.୩୦ରେ ସିଏଚଏସଇ ଅଫିସରେ ପ୍ରକାଶ ପାଇବ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେହିପରି ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା +୨ ବାଣିଜ୍ୟ ଏବଂ ଅଗଷ୍ଟ ଶେଷ ସୁଦ୍ଧା +୨ କଳାର ଫଳ ପ୍ରକାଶ ପାଇବ।

ଚଳିତ ବର୍ଷ ମୋଟ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେହିପରି ବିଜ୍ଞାନରେ ରାଜ୍ୟରେ ପରୀକ୍ଷା ଦେଇଥିଲେ ୯୭ ହଜାର ୫୩୬ ଜଣ ଛାତ୍ରଛାତ୍ରୀ।

ଚଳିତ ବର୍ଷ କରୋନା ମହାମାରୀ ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ହୋଇପାରିନଥିଲା। ଲକଡ଼ାଉନ, ସଟଡ଼ାଉନ ପାଇଁ ଖାତା ଦେଖାରେ ମଧ୍ୟ ସମସ୍ୟା ଉପୁଜିଥିଲା। ଫଳରେ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଥିଲା।

Comment