ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ରାଜ୍ୟରେ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଅଗଷ୍ଟ ୧୨ରୁ www.samsodisha.gov.in ରେ ଉପଲବ୍ଧ ହେବ କମନ ଆପ୍ଲିକେଶନ ଫର୍ମ। ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୩୧। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।

ସେପ୍ଟେମ୍ବର ୨୦ରୁ ପରୀକ୍ଷା ପାଇଁ ହଲ୍ ଟିକେଟ୍ ଉପଲବ୍ଧ ହେବ। ଅକ୍ଟୋବର ୨୫ରେ  ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେହିପରି ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ବିଜ୍ଞପ୍ତିରେ ଧାର୍ଯ୍ୟ କରାଯାଇଛି। ନଭେମ୍ବର ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଡିସେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ କରାଯିବ।

ଚଳିତ ବର୍ଷ କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଛି। ସବୁ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି।

Comment