ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ। ସେ ଏବେ ଷ୍ଟେଜ୍‌-୩ରେ ଅଛନ୍ତି। ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ହେବା ପରେ ଡାକ୍ତରମାନେ ଏନେଇ ସୂଚନା ଦେଇଛନ୍ତି। ଅଧିକ ଚିକିତ୍ସା ପାଇଁ ସେ ଆମେରିକା ଯିବେ।

ସଞ୍ଜୟ ଦତ୍ତ କ୍ୟାନ୍‌ସର୍‌ ପୀଡ଼ିତ ଜଣାପଡ଼ିବା ପରେ ତାଙ୍କ ଫ୍ୟାନମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ ସେ ଖୁବ୍‌ଶୀଘ୍ର ଫେରି ଆସିବେ ବୋଲି ସଞ୍ଜୟ ଟୁଇଟ୍‌ କରି ଫ୍ୟାନମାନଙ୍କୁ କହିଛନ୍ତି।

ଗତ ୮ ତାରିଖରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସଞ୍ଜୟ ଦତ୍ତଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ତାଙ୍କର କ’ଣ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ଆସି ନଥିଲା। ହସ୍ପିଟାଲରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ତାଙ୍କୁ ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଛି।

Comment