ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଗଷ୍ଟ ୧୫ରେ ମେଗା ୱେବିନାର୍‌
  • କ୍ଷୁଦ୍ର ଉଦ୍ୟୋଗୀ ଏବଂ ଯୁବପିଢ଼ିଙ୍କୁ ମନ୍ତ୍ର ଦେବେ ଡକ୍ଟର ବିବେକ ବିନ୍ଦ୍ରା
  • ଦେଶର ମୋଟିଭେସନାଲ ସ୍ପିକର ହେଉଛନ୍ତି ବିବେକ ବିନ୍ଦ୍ରା
  • ଦିନ ୧୨ଟାରୁ ୧ଟା୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ୱେବିନାର
  • ମାଗଣାରେ କରିପାରିବେ ରେଜିଷ୍ଟ୍ରେସନ

ଏବେ ଡିଜିଟାଲ ମିଡିଆ ଏବଂ ଷ୍ଟାର୍ଟଅପ୍‌ର ଯୁଗ। ବିଶେଷକରି ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନେ ଷ୍ଟାର୍ଟଅପ୍‌ ପ୍ରତି ଆକର୍ଷିତ ହେଉଛନ୍ତି। କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ପାଠ ସରିବା ପୂର୍ବରୁ କିଛି ଛାତ୍ରଛାତ୍ରୀମାନେ ନୂଆ ଷ୍ଟାର୍ଟଅପ୍‌ ଆରମ୍ଭ କରିଦେଉଛନ୍ତି। ପରବର୍ତ୍ତୀ ସମୟରେ ଅନେକ ସଫଳ ବ୍ୟବସାୟର ରୂପ ନେଉଛି। ତେବେ ନୂଆକରି ଷ୍ଟାର୍ଟଅପ୍‌ ଆରମ୍ଭ କରୁଥିବା ଯୁବପିଢ଼ି, ଛାତ୍ରଛାତ୍ରୀମାନେ କେମିତି ସଫଳ ଉଦ୍ୟୋଗୀ ହୋଇପାରିବେ ସେଥିପାଇଁ ଅଗଷ୍ଟ ୧୫ ତାରିଖରେ ଏକ ମେଗା ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଏହି କାର୍ଯ୍ୟକ୍ରମରେ ମୋଟିଭେସନାଲ ସ୍ପିକର ତଥା ବିଜିନେସ୍‌ କୋଚ୍‌ ଡକ୍ଟର ବିବେକ ବିନ୍ଦ୍ରା ସଫଳ ଉଦ୍ୟୋଗୀ ହେବା ପାଇଁ ମନ୍ତ୍ର ଦେବେ। ଏଥିରେ ବହୁ ସଂଖ୍ୟାରେ ଦେଶର ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।

ଯେଉଁମାନେ ଏହି ମେଗାୱେବିନାର କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ୱେବସାଇଟ୍‌ www.badabusiness.com/dd/BISS002599/ କ୍ଲିକ୍‌ କରି ରେଜିଷ୍ଟ୍ରେସନ କରନ୍ତୁ। ୧୩ ତାରିଖ ରାତି ୧୨ଟା ସୁଦ୍ଧା ମାଗଣାରେ ପଞ୍ଜୀକରଣ କରିପାରିବେ। ଅଗଷ୍ଟ ୧୫ ତାରିଖ ଦିନ ୧୨ଟାରୁ ୧ଟା୩୦ ମିନିଟ୍‌ ପର୍ଯ୍ୟନ୍ତ ଏହି ୱେବିନାର ଚାଲିବ।

ଆଗ୍ରହୀ ପ୍ରାର୍ଥୀମାନେ ନିଜ ନାମ, ମୋବାଇଲ୍‌ ନମ୍ବର, ଇମେଲ, କଲେଜ କିମ୍ବା ସଂସ୍ଥାର ନାମ, ରାଜ୍ୟ ଏବଂ ସହରର ନାମ ଲେଖି ପଞ୍ଜୀକରଣ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି କେମିତି ଷ୍ଟାର୍ଟଅପ୍‌ ଆରମ୍ଭ କରିପାରିବେ ସେ ସମ୍ପର୍କରେ ଡକ୍ଟର ବିନ୍ଦ୍ରା ମନ୍ତ୍ର ଦେବେ। ଏଥିପାଇଁ ଏହି କାର୍ଯ୍ୟକ୍ରମର ନାଁ ‘ହାଓ ଟୁ ଷ୍ଟାଟ୍‌ ଷ୍ଟାର୍ଟଅପ୍‌’ ରଖାଯାଇଛି।

କିଏ ଡକ୍ଟର ବିବେକ ବିନ୍ଦ୍ରା?

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଯେଉଁ କେତେଜଣ ମୋଟିଭେସନାଲ ସ୍ପିକର ଅଛନ୍ତି ସେମାନଙ୍କ ଭିତରେ ଡକ୍ଟର ବିବେକ ବିନ୍ଦ୍ରା ଆଗରେ। ନୂଆ ଷ୍ଟାର୍ଟଅପ୍‌ ଆରମ୍ଭ କରୁଥିବା ଅନେକ ଯୁବ ଉଦ୍ୟୋଗୀମାନଙ୍କୁ ରାସ୍ତା ଦେଖାଇ ସେମାନଙ୍କୁ ସଫଳତାର ପାହାଚରେ ଛିଡ଼ା କରିବାରେ ଡକ୍ଟର ବିନ୍ଦ୍ରାଙ୍କ ହାତ ରହିଥିବା କୁହାଯାଉଛି। ଦର୍ଶନ ଶାସ୍ତ୍ର (ଫିଲୋସଫି)ରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ଡକ୍ଟର ବିନ୍ଦ୍ରା ବିଜିନେସ୍‌ କୋଚ୍‌ ଭାବେ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଦିନ ଥିଲା ଡକ୍ଟର ବିବେକ ବିନ୍ଦ୍ରା ଫୁଟ୍‌ପାଥ୍‌ରେ ଡିକ୍ସିନାରି ବିକ୍ରି କରି ନିଜ ପାଠ ପଢ଼ା ଖର୍ଚ୍ଚ ଉଠାଉଥିଲେ। ହେଲେ ଆଜି ଦେଶର ପ୍ରତିଷ୍ଠିତ ଉଦ୍ୟୋଗୀ ନିଜ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ଡକ୍ଟର ବିନ୍ଦ୍ରାଙ୍କ ପରାମର୍ଶ ନେଉଛନ୍ତି। ଏହାସିଆ ମହାଦେଶର ମୋଟିଭେସନାଲ ସ୍ପିକର ଆୱାର୍ଡ ମଧ୍ୟ ପାଇଛନ୍ତି ସେ। ଏହାସହ ସେ ଏସିଆର ଶ୍ରେଷ୍ଠ ‘ଲିଡରସିପ୍‌ ଟ୍ରେନର’ ଭାବେ ତାଙ୍କର ସୁନାମ ରହିଛି।

‘ବଡ଼ା ବିଜିନେସ୍‌’ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ବିବେକ ବିନ୍ଦ୍ରା ଉଦ୍ୟୋଗ କ୍ଷେତ୍ରରେ ବିପ୍ଲବ ଆଣିଥିବା କୁହାଯାଉଛି। ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ଏବଂ ବ୍ୟବସାୟରେ ସଫଳ ହେବା ପାଇଁ ସେ ୧୦ଟି ବହି ମଧ୍ୟ ଲେଖିଛନ୍ତି। ଏହାସହ ଡକ୍ଟର ବିନ୍ଦ୍ରାଙ୍କର ଏକ ଲୋକପ୍ରିୟ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି।

ଏହି ଚ୍ୟାନେଲକୁ ୧ କୋଟିରୁ ଅଧିକ ଲୋକ ସବ୍‌ସ୍କ୍ରାଇବ୍‌ କରିଛନ୍ତି। ଏହି ଚ୍ୟାନେଲ ମାଧ୍ୟମରେ ଯୁବକ, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗମୀମାନଙ୍କୁ ସଫଳ ହେବାର ତାଲିମ୍‌ ଦେଇଥାନ୍ତି ଡକ୍ଟର ବିନ୍ଦ୍ରା। ବିଭିନ୍ନ କର୍ପୋରେଟ୍‌ ସେକ୍ଟରର ସେ ପରାମର୍ଶଦାତା ରହିଥିବା ବେଳେ ୨୫ରୁ ଅଧିକ ଦେଶରେ ପ୍ରଶିକ୍ଷଣ ଦେଇ ନୂଆ ଷ୍ଟାର୍ଟଅପ୍‌ମାନଙ୍କୁ ଉତ୍ସାହିତ କରିଛନ୍ତି।

Comment