ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବାସୀଙ୍କ ପାଇଁ ଖୁସି ଖବର। କରୋନା ଉପଚାର ପାଇଁ ପ୍ରଥମ ଟିକା ଆଣିଲା ଋଷ୍। ନିର୍ଦ୍ଦାରିତ ସମୟ ପୂର୍ବରୁ ୠଷ ଟିକା ଆଣିଥିବା ନେଇ ମଙ୍ଗଳବାର ଘୋଷଣା କରିଛି। ଏହି ଟିକାକୁ ଋଷ୍ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ମଧ୍ୟ ଦେଇଛି।

ଋଷର ଗାମାଲିଆ ନ୍ୟାସନାଲ୍ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଛି।  ଜାନୁଆରି ମାସରୁ ଏହି ଟିକାକୁ ବଜାରକୁ ଅଣାଯିବ। ପ୍ରଥମେ ଋଷର ଡାକ୍ତର, ନର୍ସ, ଶିକ୍ଷକ ଆଦିଙ୍କୁ ଏହି ଟିକା ଦିଆଯିବ।

ଆଜି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଦିଆଯାଇଛି ଏହି ଟିକା। ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍। ବହୁ ଶୀଘ୍ର ଏହି ଟିକା ବିପୁଳ ପରିମାଣରେ ବଜାରରେ ଉପଲବ୍ଧ ହେବ। ଫଳରେ ଏହି କିଲର କରୋନାକୁ ପ୍ରତିହତ କରିହେବ।

Comment