ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ୨୩ ତାରିଖ ସକାଳ ୯.୩୫ରୁ ୯.୫୦ ମଧ୍ୟରେ ଲାଗି ହେବ ନବାନ୍ନ। ସମ୍ଵଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି କରାଯିବ ଏହି ନବାନ୍ନ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ଭାଦ୍ରବ ମାସ, ଶୁକ୍ଳ ପକ୍ଷ, ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ବଡ଼ ଯାକଜମକରେ ପାଳନ କରାଯାଏ ଏହି ଗଣପର୍ବ ନୂଆଁଖାଇ। ପ୍ରଥମେ ମା’ ସମଲେଶ୍ଵରୀଙ୍କ ପାଖରେ ଲାଗି କରାଯାଇଥାଏ ନବାନ୍ନ ଏବଂ ଏହା ପରେ ଘରେ ଘରେ ଲୋକେ ନୂଆ ଅନ୍ନ ଖାଇ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥାନ୍ତି।

ପରମ୍ପରା ଅନୁସାରେ ସମ୍ଵଲପୁରର ଝାଡ଼ୁଆପଡ଼ାଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବଡ଼ ବଡ଼ ପଣ୍ଡିତମାନଙ୍କୁ ଡକାଇ ବୈଠକ କରାଯାଇଥାଏ। ପ୍ରଥମେ ବିଷ୍ଣ୍ଣୁ ସହସ୍ରନାମ ଜପ କରାଯାଇ ମା’ ସମଲେଶ୍ଵରୀଙ୍କ ଜାତକ ଦେଖାଯାଇ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଏ।

Comment